fbpx

ନିର୍ଭୟା ଦୋଷୀଙ୍କ ଫାଶୀ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ

ନୂଆଦିଲ୍ଲୀ, ୫ା୨: ନିର୍ଭୟା ଦୋଷୀଙ୍କୁ ଫାଶୀ ନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ଆବେଦନ କରିଛି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର । ଜଣେ ଦୋଷୀର ଆବେଦନ ବଢ଼ିଲେ ଅନ୍ୟଙ୍କୁ କାହିଁକି ଫାଶୀ ମିଳିବନି ବୋଲି ପ୍ରଶ୍ନବାଚୀ ହୋଇଛି । ୪ଦୋଷୀଙ୍କୁ ପୃଥକ ଭାବେ ଫାଶୀ ପାଇଁ ମନା କରିଛନ୍ତି ହାଇକୋର୍ଟ । ଦୋଷୀଙ୍କୁ ତୁରନ୍ତ ଫାଶୀ ଦେବା ଆବେଦନ ଖାରଜ କରିଥିଲେ ହାଇକୋର୍ଟ । ସମସ୍ତ ଦୋଷୀଙ୍କୁ ଏକତ୍ର ଫାଶୀ ଦେବାକୁ ରାୟ ଶୁଣାଇଛନ୍ତି ହାଇକୋର୍ଟ । ଆଜି ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଥିଲେ । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଛି । ୭ଦିନ ମଧ୍ୟରେ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.