fbpx

ନିର୍ଭୟା ମାମଲା, ଦୋଷୀଙ୍କୁ  ମାର୍ଚ୍ଚ ୨୦ରେ ଫାଶି

ନୂଆଦିଲ୍ଲୀ, ୫ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କୁ ଫାଶି ଦେବା ପାଇଁ ଆଜି ସାନି ଡ଼େଥ ୱାରେଣ୍ଟ ଜାରି ହୋଇଛି । ମାର୍ଚ୍ଚ ୨୦ରେ ୪ଦୋଷୀ ଅକ୍ଷୟ, ପବନ, ବିନୟ ଓ ମୁକେଶକୁ ଫାଶି ଦିଆଯିବ । ମାର୍ଚ୍ଚ ୨୦ ସକାଳ ୫ଟା ୩୦ ରେ ଫାଶି ଦିଆଯିବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଏନେଇ ନୂଆ ଡ଼େଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ ।
ଗତକାଲି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଥିଲା । ରାଜକ୍ଷମା ଆବେଦନ ଖାରଜ କରିିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୩ରେ ହେବାକୁ ଥିବା ଫାଶୀ ଉପରେ ସ୍ଥଗିତାଦେଶ ଲଗାଇଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ । ତେଣୁ ୩ତାରିଖ ଦିନ ଚାରି ଦୋଷୀଙ୍କୁ ଫାଶି ଦିଆଯାଇ ନଥିଲା । ଏହାକୁ ମିଶି ୩ଥର ଘୁଞ୍ଚିଥିଲା ଫାଶି ତାରିଖ । ପୂର୍ବରୁ ଜାନୁଆରି ୨୨, ପେବୃଆରୀ ୧ ଓ ମାର୍ଚ୍ଚ ୩ ରେ ମଧ୍ୟ ଡ଼େଥ ୱାରେଣ୍ଟ ଉପରେ ରୋକ୍ ଲଗାଇଥିଲେ ପଟିଆଲା ହାଉସକୋର୍ଟ ।

Get real time updates directly on you device, subscribe now.