fbpx

ନିର୍ଭୟା ମାମଲା: ଟଳିବନି ଫାଶୀ ତାରିଖ !

ନୂଆଦିଲ୍ଲୀ,୨ ।୩: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାରକୁ ଆଜି ସୁପ୍ରିମକୋର୍ଟଙ୍କ ବଡ ଝଟକା ଲାଗିଛି । ସୁପ୍ରିମକୋର୍ଟ ପବନର କ୍ୟୁରେଟିଭି ପିଟିସନ ଖାରଜ କରିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ପରେ ଦୋଷୀ ଅକ୍ଷୟ ଓ ପବନ ଦ୍ୱାରା ଆବେଦନ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ପବନର ଫାଶୀ ଉପରେ ସ୍ଥଗିତାଦେଶ ଆବେଦନକୁ ଖାରଜ କରିଛନ୍ତି ପଟିଆଲା ହାଉସ୍ କୋର୍ଟ । କାଲି ସକାଳ ୬ଟାରେ ହେବାକୁ ଥିବା ଫାଶୀ ଟାଳିବାକୁ କୋର୍ଟ ମନା କରିଛନ୍ତି ।

ଅନ୍ୟପଟେ ପବନ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି । ଫାଶୀ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ପବନ ଆବେଦନ କରିଥିଲା । କ୍ୟୁରେଟିଭି ପିଟିସନ ଖାରଜ ହେବା ପରେ ସେ ରାଜକ୍ଷମା ପାଇଁ ଆବେଦନ କରିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ଅନ୍ୟପଟେ ଗତ ୧୭ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସ କୋର୍ଟ । ଆସନ୍ତାକାଲି ସକାଳ ୬ଟା ସମୟରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବା ନେଇ ସୂଚନା ରହିଛି । ଅନ୍ୟପଟେ ଦୋଷୀଙ୍କ ହାତରେ କମ୍ ସମୟ ଥିବା ବେଳେ ଫାଶୀରୁ ବଞ୍ଚିବା ପାଇଁ ଦୋଷୀମାନେ ନୂଆ ନୂଆ ଚାଲ ଖେଳିବାରେ ଲାଗିପଡ଼ିଛନ୍ତି ।

Get real time updates directly on you device, subscribe now.