fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ଦୋଷୀ ପୱନର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ପୱନର ସ୍ୱତନ୍ତ୍ର ଲିଭ୍ ପିଟିସନ ଉପରେ ଶୁଣାଣି ହୋଇଛି । ଅପରାଧ ସମୟରେ ନିଜେ ନାବାଳକ ଥିବା ଦର୍ଶାଇଥିଲା ପୱନ । ଏହି ତଥ୍ୟକୁ ଦିଲ୍ଲୀ ହାଇକୋର୍ଟ ଏଡ଼ାଇ ଦେଇଥିବା ପୱନ ଅଭିଯୋଗ କରି ସୁପ୍ରିମକୋର୍ଟରେ ଏନେଇ ଆବେଦନ କରିଥିଲା । ଆଜି ପୱନର ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହି ପରିପ୍ରେକ୍ଷିରେ ସୁପ୍ରିମକୋର୍ଟ କହିଛନ୍ତି ଦଲିଲ ଓ ଆବେଦନରେ କୌଣସି ନୂଆ କଥା ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଅବଗତ କରାଯାଇଥିଲା । ଏହାସହ ଫାଶୀଦଣ୍ଡ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଥିଲା । ତେଣୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ନୂଆ ଡ଼େଥ ୱାରେଣ୍ଟ ଜାରି କରାଯାଇଥିଲା । ଜାନୁଆରି ୨୨ତାରିଖ ବଦଳରେ ଫେବୃଆରୀ ୧ ତାରିଖ ଦିନ ସକାଳ ୬ଟାରେ ଅକ୍ଷୟ, ପୱନ, ବିନୟ, ମୁକେଶ ୪ଦୋଷୀଙ୍କୁ ଫାଶୀ ଦିଆଯିବ । ତିହାର ଜେଲରେ ସେମାନଙ୍କୁ ଫାଶୀ ଦିଆଯିବା ସହ ପ୍ରସ୍ତୁତି ଚୂଡ଼ାନ୍ତ ରୂପ ନେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.