fbpx

MBBS ଛାତ୍ରଛାତ୍ରୀ ନିଜ ଇଚ୍ଛାରେ ରୋଗୀଙ୍କୁ ମେଡିସିନ ଦେଇ ପାରିବେ ନାହିଁ: ସମସ୍ତ ମେଡିକାଲ କଲେଜ ପାଇଁ NMCର ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମେଡିକାଲ ଆୟୋଗ (ଏନଏମସି) ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ସମସ୍ତ ମେଡିକାଲ କଲେଜର ଏମବିବିଏସ ଛାତ୍ରଛାତ୍ରୀମାନେ ରୋଗୀଙ୍କୁ ନିଜ ଇଚ୍ଛାରେ ମେଡିସିନ କି ଯାଞ୍ଚ ପରାମର୍ଶ ଦେଇ ପାରିବେ ନାହିଁ । ମେଡିକାଲ କଲେଜର ବିଦ୍ୟାର୍ଥୀ ଓ ଶିକ୍ଷକଙ୍କ ପାଇଁ ପ୍ରଫେସନାଲ ଦାୟିତ୍ୱବୋଧ ଗାଇଡଲାଇନ୍ସ ଜାରି କରାଯାଇଛି ।

ଏନଏମସିର ଗାଇଡଲାଇନ୍ସରେ କୁହାଯାଇଛି, ରୋଗୀଙ୍କୁ ସ୍କ୍ରିନିଂ ସମୟରେ ମେଡିକାଲ ଛାତ୍ରଛାତ୍ରୀମାନେ ସେମାନଙ୍କୁ ମେଡିସିନ କି ଯାଞ୍ଚର ପରାମର୍ଶ ଦିଅନ୍ତୁ ନାହିଁ । ଯଦି କୌଣସି ରୋଗୀଙ୍କୁ ଔଷଧ ଦେବାର ଆବଶ୍ୟକତା ପଡ଼େ, ତେବେ ମେଡିକାଲ ଛାତ୍ରଛାତ୍ରୀ ସେମାନଙ୍କର ସିନିୟର ଡାକ୍ତରଙ୍କୁ ଏ ନେଇ ପଚାରି ପାରିବ । ତା’ପରେ ସେମାନେ ରୋଗୀଙ୍କୁ ଚିକିତ୍ସା ବାବଦରେ କହିପାରିବେ । ମେଡିକାଲ କଲେଜର ଚତୁର୍ଥ ବର୍ଷରେ ବିଦ୍ୟାର୍ଥୀଙ୍କୁ ରୋଗୀଙ୍କ ସ୍କ୍ରିନିଂ ଶିକ୍ଷା ଦିଆଯାଇଥାଏ । ସମସ୍ତ ମେଡିକାଲ କଲେଜମାନଙ୍କରେ ଏହି ନିୟମକୁ ପାଳନ କରିବାକୁ ଏନଏମସି ପକ୍ଷରୁ କୁହାଯାଇଛି ।

ମେଡିକାଲ ଛାତ୍ରଛାତ୍ରୀମାନେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ କୌଣସି ରୋଗୀର ତଥ୍ୟ ଶେୟାର କରି ପାରିବେ ନାହିଁ । ଏ ବାବଦରେ ଏନଏମସି ରୋକ ଲାଗୁ କରିଛି । ରୋଗୀଙ୍କ ତଥ୍ୟ ସୋସିଆଲ ମିଡ଼ିଆରେ ଶେୟାର କରିବା ଫଳରେ ସେମାନଙ୍କ ମନରେ ଖରାପ ପ୍ରଭାବ ପକାଇଥାଏ । ଏଥିସହିତ ବିଦ୍ୟାର୍ଥୀଙ୍କୁ ସ୍ଥାନୀୟ ଭାଷାରେ ଶିକ୍ଷାଦାନ କରିବା ଦରକାର । ଫଳରେ ସେମାନେ ମେଡିକାଲ ପାସ କରିବା ପରେ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ସମସ୍ତ ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.