fbpx

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ,୧୪ରେ ବାତ୍ୟା ରୂପ ନେବ,ଓଡ଼ିଶାକୁ ନାହିଁ ବିପଦ

ଭୁବନେଶ୍ୱର :୮ ।୫(ଓଡିଶା ଭାସ୍କର): ବଙ୍ଗୋପସାଗରର ଘୂର୍ଣ୍ଣିବଳୟ୧୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟା ରୂପ ନେଇପାରେ। ଏହା ଓଡ଼ିଶାଠାରୁ ଯଥେଷ୍ଟ ଦୂରରେ ରହି ମିଆଁମାର ଆଡ଼କୁ ମୁହାଁଇବ। ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କଲେଣି।ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଜଳପତ୍ତନ ତାପମାତ୍ରା ୩୦ରୁ ୩୧ ଡିଗ୍ରି ମଧ୍ୟରେ ରହୁଛି, ଯାହା ବାତ୍ୟା ପାଇଁ ଆବଶ୍ୟକ ୨୭ ଡିଗ୍ରିଠାରୁ ଢେର୍ ଅଧିକ। ସେହିଭଳି ଘୂର୍ଣ୍ଣିବଳୟ ସକ୍ରିୟ ହେବା ପାଇଁ ଆବଶ୍ୟକ ଆର୍ଦ୍ରତା ପୂର୍ଣ୍ଣ ପବନ ଭାରତ ମହାସାଗରରେ ଅଧିକରୁ ଅଧିକ ହେବାରେ ଲାଗିଛି। ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ଚର୍ତୁଦିଗରୁ ପବନ ପ୍ରବେଶ ପାଇଁ କ୍ଷେତ୍ର ଅନୁକୂଳ ରହିଛି। ସେହିଭଳି ପବନ ଉପର ବାୟୁମଣ୍ଡଳରେ ବିଚ୍ଛୁରିତ ହେବା ପାଇଁ ବି ସ୍ଥିତି ସପକ୍ଷରେ ଯାଉଛି।ସୁମାତ୍ରାର ଉତ୍ତରରେ ତଥା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ଉତ୍ତର ପଶ୍ଚିମ ଦିଗରେ ଗତିକରିବ। ଅନ୍ୟପକ୍ଷରେ ସେହି ସମୟରେ ଶ୍ରୀଲଙ୍ଗା ଓ ସଂଲଗ୍ନ ତାମିଲନାଡୁ ଅଞ୍ଚଳର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବ। ଏ ଦୁଇଟି ଘୂର୍ଣ୍ଣବିଳୟ ୧୦ ତାରିଖ ବେଳକୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ କିମ୍ବା ସଂଲଗ୍ନ ଅଞ୍ଚଳରେ ସମ୍ମିଶ୍ରଣ ହେବା ସମ୍ଭାବନା ଉଜ୍ଜଳ।ସୁମାତ୍ରା ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ନ ହେେଲ ମଧ୍ୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରିବ ଓ ପରେ ପୁଣି ଦିଗ ପରିବର୍ତନ କରିପାରେ। ଅର୍ଥାତ୍ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳଠାରୁ ଦୂରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟା ଦିଗ ପରିବର୍ତନ କରି ପୂର୍ବ-ଉତ୍ତର ପୂର୍ବ ଦିଗରେ ଗତି କରିବ। ଦକ୍ଷିଣ ବାଂଲାଦେଶ ଉପକୂଳ କିମ୍ବା ସଂଲଗ୍ନ ଉତ୍ତର ମିଆଁମାର ଆଡ଼କୁ ମୁହାଁଇବ। ଫଳରେ ଓଡ଼ିଶାଠାରୁ ଏହା ଦୂରରେ ରହିବ। ଏଣୁ ଓଡ଼ିଶା ଉପରେ କୌଣସି ଭୟ ନାହିଁ।

Get real time updates directly on you device, subscribe now.