fbpx

ନୂଆଁଖାଇ ପାଇଁ ସଟଡାଉନ୍ କୋହଳ

ରାଉରକେଲା,୨୧ ।୮(ଓଡିଶା ଭାସ୍କର): ନୂଆଁଖାଇ ଓଡିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । କିନ୍ତୁ କରୋନା ପାଇଁ ଚଳିତ ବର୍ଷ ବେଶି ଧୁମଧାମରେ ଏହାର ପାଳନ କରାଯିବ ନାହିଁ । କିନ୍ତୁ ସଟଡାଉନକୁ କୋହଳ କରାଯିବ । ରାଉରକେଲାରେ ରବିବାର ଅର୍ଥାତ୍ ୨୩ ଅଗଷ୍ଟ ଦିନ ସଟଡାଉନ କଟକଣା ରହିବ ନାହିଁ । କିନ୍ତୁ ସର୍ବସାଧାରଣରେ ଗହଳି ନକରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ଯେପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସଠିକ୍ ପରିମଳ, ଇତ୍ୟାଦି ସର୍ତ୍ତ ମାନିବାକୁ ପଡିବ । ଏନେଇ ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.