fbpx

ବିଶ୍ୱର ଏହି ସ୍ଥାନରେ ରହିଛି ପୁରୁଷ ଦ୍ୱୀପ; ଦେବି ମା’ଙ୍କ ପୂଜା ସତ୍ତ୍ୱେ ମହିଳାଙ୍କୁ ଯିବାକୁ ବାରଣ

Advertisement

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ବିଚିତ୍ର ତାର ପରିକଳ୍ପନା । ଏଠାରେ ରହିଛି ଅନେକ ରହସ୍ୟମୟୀ କଥା । ଯାହା ବିଷୟରେ ଆଜି ବି କେହି ଜାଣି ନାହାଁନ୍ତି । ତେବେ ସମଗ୍ର ବିଶ୍ୱରେ ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ଅଜବ ତିନି ନିୟମ ଏବଂ ପରମ୍ପାର ରହିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରିଦେଇଥାଏ । ତେବେ ଏହି ବିଶ୍ୱରେ ସେହିପରି ଏକ ଦ୍ୱୀପ ରହିଛି । ଯେଉଁଠାରେ ଦେବୀ ମାଙ୍କୁ ପୂଜା କରିବା ପରେ ମଧ୍ୟ ମହିଳାମାନଙ୍କୁ ଯିବାକୁ ବାରଣ ହୋଇଛି । ଏଥିିସହିତ ସେହି ଦ୍ୱୀପର ନାଁ ପୁରୁଷ ଦ୍ୱିପ ରଖାଯାଇଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଦ୍ୱୀପକୁ ଯିବା ପାଇଁ କାହିଁକି ମହିଳାଙ୍କୁ ବାରଣ କରାଯାଇଛି ।

ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଦ୍ୱୀପ ଜାପାନ ଦେଶରେ ରହିଛି । ଯାହାକି ଓକିନୋସିମା ଦ୍ୱୀପ ଭାବରେ ବେଶ ଜଣାଶୁଣା । ତେବେ ଏହି ସ୍ଥାନକୁ ଯିବା ପାଇଁ ମହିଳାମାନଙ୍କୁ ବାରଣ କରାଯିବା ସହ ଏଠାରେ ଅନେକ କଠୋର ନିୟମ ମଧ୍ୟ ପାଳନ କରାଯାଏ । ଯାହାକି ବିଚିତ୍ର ଏବଂ ଅଡବ ହୋଇଥାଏ । ଜାପାନର ଓକିନୋସିମା ଦ୍ୱୀପକୁ ୟୁନେସ୍କୋ ବିଶ୍ୱ ଐତିହ ସ୍ଥଳୀ ଭାବରେ ଘୋଷଣା କରାଯାଇଥିଲା। ଏହି ଦ୍ୱୀପ ସମୁଦାୟ ୭୦୦ ବର୍ଗ ମିଟର ଉପରେ ବ୍ୟାପିଛି । କୁହାଯାଏ ଯେ ଚତୁର୍ଥରୁ ନବମ ଶତାବ୍ଦୀ ପର୍ୟ୍ୟନ୍ତ ଏହି ଦ୍ୱୀପ କୋରିଆ ଦ୍ୱୀପପୁଞ୍ଜ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟର କେନ୍ଦ୍ର ହୋଇଆସୁଥିଲା । ଏତତ୍ ବ୍ୟତୀତ ଏହି ଦ୍ୱୀପ ଧାର୍ମିକ ଭାବରେ ମଧ୍ୟ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ତେବେ ପ୍ରାଚୀନ କାଳରୁ ଏହି ଦ୍ୱୀପରେ ଚାଲିଆସୁଥିବା ଧାର୍ମିକ ପ୍ରତିବନ୍ଧକ ଆଜି ବି ସେମିତି ହୋଇ ରହିଛି । ତେବେ ସମସ୍ତ ପ୍ରତିବନ୍ଧକ ମଧ୍ୟରୁ ଗୋଟିଏ ହେଉଛି ମହିଳାଙ୍କ ଆଗମନ ଉପରେ କଟକଣା । ତେବେ ଏଠାକୁ ଆସୁଥିବା ପୁରୁଷମାନଙ୍କ ପାଇଁ ମଧ୍ୟ କିଛି କଠୋର ନିୟମ ଅଛି, ଯାହାକୁ ସେମାନେ ଅନୁସରଣ କରିବାକୁ ପଡିବ ।

କୁହାଯାଏ ଯେ ଏହି ଦ୍ୱୀପକୁ ଯିବା ପୂର୍ବରୁ ପୁରୁଷମାନେ ଉଲଗ୍ନ ସ୍ନାନ କରିବା ଆବଶ୍ୟକ। ଏଠାରେ ନିୟମ ଏତେ କଠୋର ଯେ ଗୋଟିଏ ବର୍ଷରେ କେବଳ ୨୦୦ ପୁରୁଷ ଏଠାକୁ ଆସିପାରିବେ ଏବଂ ଏଠାକୁ ଆସିବାବେଳେ ସେମାନଙ୍କୁ ଆଣିବାକୁ କିମ୍ବା ନେବାକୁ ପଡିବ ନାହିଁ । ତାଙ୍କର ଏହି ଯାତ୍ରା ମଧ୍ୟ ଗୁପ୍ତ ରହିବା ଉଚିତ୍ । ତେବେ ଏକ ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପରେ ମୁନାକାତା ତାଇଶା ଓକିସ୍ତୁ ମନ୍ଦିର ଅବସ୍ଥିତ, ଯେଉଁଠାରେ ସମୁଦ୍ରର ଦେବୀଙ୍କୁ ପୂଜା କରାଯାଏ। କୁହାଯାଏ ଯେ ୧୭ ତମ ଶତାବ୍ଦୀରେ ସମୁଦ୍ର ଭ୍ରମଣରେ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଏହି ପୂଜା କରାଯାଉଥିଲା । ଯାହା ଆଜିବି ପ୍ରଚଳିତ ରହିଛି । ତେବେ ଏହି ପୂଜା କେବଳ ପୂରୁଷମାନେହିଁ କରିପାରିବେ । ଏଥିସହିତ ସେମାନେ ପ୍ରଣରେ ଉଲଗ୍ନ ହୋଇ ସେହି ସମୁଦ୍ରରେ ସ୍ନାନ କରିବେ । ଏହାପରେ ସେମାନେ ସମୂଦ୍ର ଦେବିଙ୍କୁ ପୂଜା କରିବା ସହ ମା ଙ୍କ ଆର୍ଶିବାଦ କୃପା କରିବେ ।

Get real time updates directly on you device, subscribe now.