fbpx

ଯେତେ ବଡ଼ଲୋକ ହେଲେ ବି କାହାକୁ ଛଡ଼ାଯିବନି, ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ: ଏନସିବି ମୁଖ୍ୟ

ନୂଆଦିଲ୍ଲୀ: ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲରେ ବିଳମ୍ବିତ ରାତ୍ରିରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ୮ ଜଣଙ୍କୁ ଅଟକ ରଖାଯାଇଥିଲା । ତେବେ ଅଟକ ଅଭିଯୁକ୍ତଙ୍କ ମଧ୍ୟରେ ଥିଲେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ୟନ ଖାଁ । ବଲିଉଡର ଜଣେ ପ୍ରତିଭାଶାଳୀ ଅଭିନେତାଙ୍କ ପୁତ୍ର ଧରାପଡ଼ିଥିବାରୁ ସେ ସହଜରେ ଖସିଯିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା । ତେବେ ଏହି ଘଟଣାରେ ଏନସିବିର ମୁଖ୍ୟ ଏସ.ଏନ ପ୍ରଧାନଙ୍କ ବୟାନ କିନ୍ତୁ ସମସ୍ତଙ୍କୁ ଚମତ୍କୃତ କରିଦେଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯେତେ ବଡ଼ ଲୋକ ହେଲେ ବି କାହାରିକୁ ଛଡ଼ାଯିବନି । ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡ୍ରଗ୍ସ ସଂପ୍ରତି ଦେଶର ଯୁବବର୍ଗଙ୍କୁ ପଥଭ୍ରଷ୍ଟ କରୁଛି । ଆର୍ୟନଙ୍କ ମୋବାଇଲ ଜବତ କରାଯିବା ସହ ଅଟକ ୮ଜଣଙ୍କୁ ପଚରାଉଚରା କରାଯାଉଛି । ଏହି ମାମଲାରେ ଅଧିକ ତଥ୍ୟ ଆଦାୟ ପାଇଁ ତଦନ୍ତ ଜାରି ରହିଥିବା ବେଳେ, ବଲିଉଡ୍ ଲିଙ୍କ ନେଇ ଖୋଳତାଡ଼ କରାଯିବ । ଉକ୍ତ କ୍ରୁଜ୍ ଜାହାଜରେ ମୋଟ ୨ ହଜାର ଲୋକ ସାମିଲ ରହିଥିଲେ । ଏହାଛଡ଼ା ୩ ଜଣ ମହିଳା ସାମିଲ ଥିବା ଜଣାପଡ଼ିଛି । ସିଆଇଏସଏଫର ତଥ୍ୟକୁ ଆଧାର କରି ଉକ୍ତ ପାର୍ଟିରେ ଚଢ଼ାଉ କରାଯାଇଥିଲା । ଏଥିସହ ଏକ ଡ୍ରଗ୍ସ ମୁକ୍ତ ଭାରତ ଗଠନ ଦିଗରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.