fbpx
BSKY
BJD MC SKY
BJD YOUTH SKY

ଦ୍ୱିପ୍ରହର ସମୟରେ ଦେଖାଗଲାନି କାହାର ଛାଇ: କାହିଁକି ଏପରି ଘଟିଲା

ନୂଆଦିଲ୍ଲୀ: ଆପଣମାନେ ଯେତେବେଳେ ଘରୁ ବାହାରକୁ ଯାଆନ୍ତି, ସେତେବେଳେ ସୂର୍ଯ୍ୟକିରଣରେ ଆପଣଙ୍କର ଛାଇ ଦେଖିବାକୁ ମିଳିଥାଏ । ସବୁବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ରହିଥାଏ । ତେବେ ଆପଣଙ୍କ ସହ ଛାଇ ନଥିବ ଏପରି କେବେ ଘଟିଛି କି? ଗତ ଏପ୍ରିଲ ମାସ ୨୫ ତାରିଖରେ ବେଙ୍ଗାଲୁରୁ ସହରରେ ପାଖାପାଖି ୧ ମିନିଟ୍ ଓ ୩୦ ସେକେଣ୍ଡ ପର୍ଯ୍ୟନ୍ତ କାହାର ଛାଇ କେହି ଦେଖିପାରିନଥିଲେ । ଏହା ପରେ ମେ ମାସ ୨୧ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଶୂନ୍ୟ ଛାୟା ଦିବସ ଦେଖିବାକୁ ମିଳିଥିଲା ।

ତେବେ ବର୍ଷର ଦ୍ୱିତୀୟ ଥର ପାଇଁ ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି ଶୂନ୍ୟ ଛାୟା ଦିବସ । ଅଗଷ୍ଟ ମାସ ୧୮ ତାରିଖ ଦ୍ୱିପ୍ରହର ୧୨ଟା ସମୟରେ ସୂର୍ଯ୍ୟକିରଣରେ କେହି ଛାଇ ଦେଖିବାକୁ ପାଇନଥିଲେ । କର୍କଟ ରେଖା ଓ ମକର ରେଖା ମଧ୍ୟରେ ରହିଥିବା ଅଞ୍ଚଳରେ ଏହ ଦୃଶ୍ୟ ଦେଖିବାକୁ ମିଳିଥାଏ । ସୂର୍ଯ୍ୟଙ୍କ କିରଣ ସିଧାସଳଖ ପଡ଼ିବା କାରଣରୁ କୌଣସି ବସ୍ତୁ ବା ବ୍ୟକ୍ତିଙ୍କର ଛାଇ କିଛି ମୁହୂର୍ତ୍ତ ପାଇଁ ଗାଏବ୍ ହୋଇଯାଇଥାଏ । ସେହି ସମୟରେ ସୂର୍ଯ୍ୟ ଅକ୍ଷାଂଶ ରେଖାର ଠିକ୍ ଉପରେ ରହିଥାନ୍ତି ।

ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଉତ୍ତରାୟନ ଓ ଦକ୍ଷିଣାୟନ ପାଇଁ ବର୍ଷକୁ ଆମେ ଦୁଇଥର ଶୂନ୍ୟ ଛାୟା ଦିବସ ଦେଖିଥାଉ । ଏହା ଗୋଟିଏ ଅଞ୍ଚଳରେ ଏକାଥରକେ ଦୃଶ୍ୟମାନ ନହୋଇ ଅଲଗା ଅଲଗା ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଦେଖିବାକୁ ମିଳିଥାଏ । ସୂର୍ଯ୍ୟ ପ୍ରତ୍ୟେକ ଦିନ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୋଇଥାନ୍ତି ବୋଲି ଆମେ ଜାଣିଥାଉ । ମାତ୍ର ସୂର୍ଯ୍ୟ ପ୍ରତ୍ୟେକ ଦିନ ଅଲଗା ଅଲଗା ସ୍ଥାନରୁ ଉଦୟ ହୋଇଥାନ୍ତି । ପୃଥିବୀର ମଧ୍ୟଭାଗରେ ବିଷୁବରେଖା ରହିଥିବା ବେଳେ ତା’ର ୨୩ ଡିଗ୍ରୀ ଉପରକୁ କର୍କଟକ୍ରାନ୍ତି ଓ ମକରକ୍ରାନ୍ତି ରହିଛି । ଉକ୍ତ ୨୩ ଡିଗ୍ରୀ ମଧ୍ୟରେ ଯେଉଁ ଅଞ୍ଚଳ ରହିଥାଏ, ବର୍ଷର ଏପରି ୨ ଦିନରେ ସୂର୍ଯ୍ୟ ଅପରାହ୍ଣରେ ଠିକ୍ ଆମର ମୁଣ୍ଡରେ ରହିଥାଏ । ସୂର୍ଯ୍ୟ ମୁଣ୍ଡ ଉପରେ ରହିବା ଫଳରେ ଛାଇ ଆଦୌ ଦେଖାଦେଇନଥାଏ ।

Get real time updates directly on you device, subscribe now.