fbpx
BJD SKY
BJD SKY

ଏବେ ଭାଙ୍ଗିବ ଚୀନର ମେରୁଦଣ୍ଡ! ଭାରତରେ ବ୍ୟାନ୍ ପରେ ଟିକଟକକୁ ୬ ବିଲିୟନ ଡଲାରର କ୍ଷତି

BJD

ଏଦାଖରେ ଭାରତ ସହ ମୁହାଁମୁହିଁ ହେବା ଚୀନକୁ ମହଙ୍ଗା ପଡିଛି । ଭାରତ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରି ପାଖାପାଖୀ ୫୯ଟି ଚାଇନିଜ୍ ଆପକୁ ବ୍ୟାନ କରି ଚୀନର ଆର୍ଥିକ ମେରୁଦଣ୍ଡ ଭାଙ୍ଗ ଦେଇଛନ୍ତି । ଏକ ମିଡିଆ ରିପୋର୍ଟ ମୁତାବକ, ଚୀନର ଦିଗଜ୍ଜ କମ୍ପାନୀ ୟୁନିକର୍ଣ୍ଣ ବାଇଟଡ୍ୟାନ୍ସ ଲିମିଟେଡ ନିଜର ୩ଟି ଆପ୍ ବନ୍ନ୍ ହେବାରୁ ୩ ବିଲିୟନ ଡଲାରରୁ ଅଧିକ କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି । ଯେଉଁଥିରେ ତାଙ୍କର ଲୋକପ୍ରିୟ ଆପ୍ ଟିକ୍ ଟକ୍ ସାମିଲ ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାର ସୋମବାର ଦିନ ଚୀନ୍‌ର ବହୁ ଲୋକପ୍ରିୟ ଭିଡିଓ ଆପ୍ “ଟିକ୍-ଟକ୍’’ ସମେତ ୫୯ଟି ଆପ୍ କୁ ବ୍ୟାନ୍ କରିଛନ୍ତି । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବିପଦ ଆଶଙ୍କା ଥିବାରୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏଥିରେ ଟିକଟକ ସମେତ ୱେଗୋ ଭିଡିଓ, ହେଲୋ, ୟୁସି ବ୍ରାଉଜର, ୟୁସି ନ୍ୟୁଜ୍, ଓ୍ବିଚାଟ୍ ଏବଂ ସେୟାର ଚ୍ୟାଟ୍ ଭଳି ଲୋକପ୍ରିୟ ଆପ୍ ସାମିଲ ରହିଛି ।

ତେବେ ଏହି ଆପଗୁଡିକ ସାହାର୍ଯ୍ୟରେ ଭାରତରେ କୋଟି କୋଟି ଟଙ୍କା ବ୍ୟବସାୟ କରୁଥିଲା ଚୀନ । ଏହା ସହ ଅନ୍ୟ ଦେଶ ତୁଳନାରେ ଭାରତରେ ଏହି ଆପଗୁଡିକୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି । ବ୍ୟାନ ଫଳରେ ଚୀନର ଏହି କମ୍ପାନୀଗୁଡିକୁ ଶକ୍ତ ଝଟକା ଲାଗିଛି । ଏପରିକି କମ୍ପାନୀ ଗୁଡିକ ଅଧିକ ଆର୍ଥିକ କ୍ଷତିରେ ପଡିଛନ୍ତି ।

Get real time updates directly on you device, subscribe now.