fbpx

ନୂଆପଡ଼ା: ଭାଲୁ ଆକ୍ରମଣରେ ୩ ମୃତ, ୨ ଗୁରୁତର; ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଭାଲୁର ମୃତ୍ୟୁ

ନୂଆପଡ଼ା: ନୂଆପଡାରେ ଭାଲୁ ଆକ୍ରମଣରେ ୩ ଯୁବକ ମୃତ୍ୟୁ ବରଣ କରିଛନ୍ତି । ଦୁଇ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସକାଳୁ ବିଲକୁ କାମ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ୩ ଜଣଙ୍କୁ ଖୋଜିବାକୁ ଯାଇଥିଲେ ଗ୍ରାମବାସୀ। ତେବେ ଖୋଜିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଆଉ ୨ ଗୁରୁତର ହୋଇଛନ୍ତି।

ଏହାପରେ ଉତ୍ୟକ୍ତ ଲୋକଙ୍କ ମିଳିତ ଆକ୍ରମଣରେ ଭାଲୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତିନି ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ବିଲରୁ କାମ କରି ଫେରିନଥିବା ବେଳେ ପରିବାର ଲୋକେ ଖୋଜିବାକୁ ବାହାରିଥିଲେ।

ସେହି ସମୟରେ ଭାଲୁ ଆକ୍ରମଣରେ ଆହତ ଆହତ ହୋଇଥିବା ଦୁଇଜଣ କୁନା ମାଝୀ (୨୩)ଏବଂ ପରମେଶ୍ବର ମାଝୀ(୨୫) ଘଟଣାର ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ସମରସିଂ ଗ୍ରାମର ରବି ରଣା (୩୦), ନକୁଳ ମାଝୀ(୫୮) ଏବଂ ରତନ ମାଝୀ(୬୦) ଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଭାଲୁକୁ ମିଳିତ ଆକ୍ରମଣ କରିଥିଲେ ଘଟଣା ରେ ଭାଲୁ ମୃତ୍ୟୁ ହୋଇଥିବା ଜଣାପଡିଛି।

Get real time updates directly on you device, subscribe now.