fbpx

ନ୍ୟୁମୋରୋଲୋଜି: ଜନ୍ମ ତାରିଖରୁ ଜାଣନ୍ତୁ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ

ନୂଆଦିଲ୍ଲୀ: ନ୍ୟୁମୋରୋଲୋଜି ହେଉଛି ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ । ଯାହାକୁ ଆମେ ଅଙ୍କଶାସ୍ତ୍ର ବୋଲି ମଧ୍ୟ କହିଥାଉ । ଏହା ଏକ ଏପରି ବିଜ୍ଞାନ ଯାହା ଆମ ଦୈନାନ୍ଦିନ ଗତିବିଧି ଏବଂ ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ । ସାଧାରଣରେ କହିବାକୁ ଗଲେ ନ୍ୟୁମୋରୋଲୋଜି ଆମକୁ କୁହେ ଯେ, ଆଗକୁ କଣ ହେବାକୁ ଯାଉଛି । ଏବେ ଏହି ନ୍ୟୁମୋରୋଲୋଜି ଆଧାରରେ ଜାଣିବା ଜନ୍ମ ତାରିଖ ଅନୁସାରେ, କାହାକୁ କେଉଁ ପ୍ରକାରର ରୋଗ ହେବାର ସମ୍ଭାବନା ଥାଏ ।

ନମ୍ବର୧: ଯେଉଁ ଲୋକ ମାନେ ୧, ୧୦, ୧୯, ୨୮ ତାରିଖରେ ଜନ୍ମ ଗ୍ରହଣ କରିଥାନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଖୁବ୍ ଭଲ ରହିଥାଏ । ଏମାନେ ଭଗବାନ ସୂର୍ଯ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତି । ଏହି ଲୋକମାନଙ୍କର ଶରୀରର ପିଠି, ହୃଦୟ, ଧମନୀ, ମୁଣ୍ଡ, ଯକୃତ ଏବଂ ପେଟ ରେ ସୂର୍ଯ୍ୟଙ୍କ ମୁଖ୍ୟ ଅଙ୍ଗ ଭାବରେ ଗଅହଣ କରାଯାଇଥାଏ । ତେଣୁ, ଏହି ତାରିଖ ଅନ୍ତର୍ଗତ ଲୋକମାନେ ହୃଦଘାତ, ସ୍ୱାସ୍ଥ୍ୟ ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଅନିୟମିତ ରକ୍ତ ସଞ୍ଚାଳନ ଜନିତ ରୋଗ, ବୃଦ୍ଧାବସ୍ଥାରେ ରକ୍ତଚାପ ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ତାରିଖରେ ଜନ୍ମିତ ଲୋକ ମାନେ ତୈଳ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ୍ । ଏହି ଲୋକମାନଙ୍କୁ ଅକ୍ଟୋବର, ଡିସେମ୍ବର ଏବଂ ଜାନୁଆରୀ ମାସ ଭଲ ନୂହେଁ ।

ନମ୍ବର୨: ଯେଉଁ ଲୋକ ମାନେ ୨, ୧୧, ୨୦, ୨୯ ତାରିଖରେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଚନ୍ଦ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥାନ୍ତି । ଏହି ଲୋକ ମାନେ ପେଟ କିମ୍ବା ହଜମ ଜନିତ ସମସ୍ୟା, ଖରାପ ରକ୍ତ ସଞ୍ଚାଳନ ଭଳି ସମସ୍ୟା ହେତୁ ଅସୁବିଧାରେ ପଡ଼ନ୍ତିା ଏଥିସହିତ ରକ୍ତହୀନତା, ନିଦ୍ରାହୀନତା ଓ ମାନସିକ ଚାପ ଦେଇ ଗତି କରିଥାନ୍ତି । ଏମାନେ ସାଧାରଣତଃ ପ୍ରକୃତି ଦ୍ୱାରା ଟିକେ ଅଧିକ ସମ୍ବେଦନଶୀଳ । ତେଣୁ ପ୍ରତିଦିନ ସକାଳୁ କଳା ଗୋଲ ମରିଚ ଓ ମହୁ ମିଶା ହୋଇଥିବା ପାଣି ପିଇବା ଉଚିତ । ଖାଦ୍ୟରେ କୋବି, ଗାଜର ଖାଇବା ଭଲ । ଜାନୁଆରୀ, ଫେବୃଆରୀ ଓ ଜୁଲାଇ ମାସ ଏମାନଙ୍କ ପାଇଁ ଖରାପ ।

ନମ୍ବର୩: ଯେଉଁ ଲୋକ ମାନେ ୩, ୧୨, ୨୧ ଓ ୩୦ ତାରିଖରେ ଜନ୍ମ ହୋଇଛନ୍ତି ସେମାନେ ବୃହସ୍ପତି ଦ୍ୱାରା ପରିଚାଳିତ ହୋଇଥାନ୍ତି । ଏମାନେ ବିଶେଷ କରି ଛାତି, ଫୁସଫୁସ୍, ଶିରା, ଚର୍ମ ଆଦି ସହ ଜଡ଼ିତ ରୋଗର ଶିକାର ହେବେ । ସାଧାରଣତଃ ଫୁସଫୁସ ରୋଗ, ଚର୍ମ ସମସ୍ୟା, ମଧୁମେହ, ଗଳା ଯନ୍ତ୍ରଣା ଏବଂ ଆର୍ଥ୍ରାଇଟିସ୍ ଭଳି ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି। ଏହି ଲୋକ ମାନେ ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ସେଓ, ଡାଳିମ୍ବ, ଅଙ୍ଗୁର, ଧନିଆ ପତ୍ର, ଚେରି, ବାଦାମ୍ ଭଳି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ।

ନମ୍ବର ୪: ୪, ୧୩, ୨୨ ଓ ୩୧ ତାରିଖରେ ଜନ୍ମ ହୋଇଥିବା ଲୋକ ମାନେ ରାହୁ ଗ୍ରହ ଦ୍ୱାରା ପରିଚାଳିତ ହୁଅନ୍ତି । ଏହି ଲୋକ ମାନେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମଖୀନ ହୋଇଥାନ୍ତି । ମାନସିକ ଚାପଗ୍ରସ୍ତ, ଶ୍ୱାସକ୍ରିୟା, ଥଣ୍ଡା, କାଶ, ହୃଦଘାତ ଓ ୟୁରିନ୍ ସଂକ୍ରମଣ ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ଏମାନଙ୍କଠାରେ ଦେଖାଯାଏ । ଏହି ତାରିଖରେ ଜନ୍ମିତ ଲୋକ ମାନେ ସର୍ବଦା ନିଜ ରୋଗ କାରଣଣୁ ଚିନ୍ତାରେ ରହିଥାନ୍ତି । ଜାନୁଆରୀ, ଫେବୃଆରୀ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର ମାସ ଏହି ଲୋକମାନଙ୍କ ପାଇଁ ଶୁଭ ନୁହେଁ ।

ନମ୍ବର ୫: ୫, ୧୪, କିମ୍ବା ୨୩ ରେ ଜନ୍ମ ହୋଇଥିବା ଲୋକମାନେ ବୁଧ ଗ୍ରହ ଦ୍ୱାରା ଶାସିତ ହୁଅନ୍ତି । ଥଣ୍ଡା, କାଶ କିମ୍ବା ଫ୍ଲୁ, ଚର୍ମରୋଗ, କିଡନୀ ସମସ୍ୟା ଏବଂ ଅନିଦ୍ରା ଭଳି ସମସ୍ୟା ଏହି ମାନଙ୍କ ଠାରେ ଦେଖାଦେଇଥାଏ । ଅନେକ ମାନସିକ ଚାପଗ୍ରସ୍ତ ମଧ୍ୟ ହୋଇଥାନ୍ତି । ଜୁଲାଇ, ଡିସେମ୍ବର, ସେପ୍ଟେମ୍ବର ମାସ ଏହି ମାନଙ୍କ ପାଇଁ ଅଶୁଭ ଅଟେ । ତେଣୁ ଏମାନେ ସବୁଜ ପନିପରିବା ଖାଇବା ଶରୀର ପାଇଁ ଖୁବ୍ ଭଲ ।

ନମ୍ବର୬: ୬, ୧୫, କିମ୍ବା ୨୪ ରେ ଜନ୍ମ ହୋଇଥିବା ଲୋକମାନେ ଶୁକ୍ର ଗ୍ରହ ଦ୍ୱାରା ଶାସିତ ହୁଅନ୍ତି । ସାଧାରଣତଃ ଏହି ତାରିଖରେ ଜନ୍ମିତ ଲୋକମାନେ ସ୍ନାୟୁ ଜନିତ ସମସ୍ୟା, ନାକ ଗଳାର ସଂକ୍ରମଣ ଏବଂ ଫୁସଫୁସ, ବୃଦ୍ଧାବସ୍ଥାରେ ହୃଦଘାତ ଭଳି ସମସ୍ୟା ପାଇଁ ପଡ଼ନ୍ତି, ଆଉ ମହିଳାମାନେ ସ୍ତନ ସମ୍ବନ୍ଧୀୟ ସମସ୍ୟା, ମହାମାରୀ ଜ୍ୱର କିମ୍ବା ସ୍ୱାଇନ୍ ଫ୍ଲୁରେ ପୀଡିତ ହୋଇପାରନ୍ତି । ଏହି ଲୋକମାନେ ଯଥେଷ୍ଟ ସୁସ୍ଥ କିନ୍ତୁ ସେମାନଙ୍କର ଅସାବଧାନତା ହେତୁ ଏହି ରୋଗରେ ପୀଡ଼ିତ ହୋଇଥାନ୍ତି । ଅଧିକ ସବୁଜ ପନିପରିବା, କାକୁଡି, ଡାଳିମ୍ବ, ବାଦାମ, ଏବଂ ଚାଉଳ ଖାଆନ୍ତୁ, ଏଗୁଡ଼ିକ ସେମାନଙ୍କ ପାଇଁ ଭଲ । ମେ, ଅକ୍ଟୋବର, ଏବଂ ନଭେମ୍ବର ପରି ମାସ ସେମାନଙ୍କ ପାଇଁ ଶୁଭ ନୂହେଁ ।

ନମ୍ବର୭: ୭, ୧୬, କିମ୍ବା ୨୫ ରେ ଜନ୍ମ ହୋଇଥିବା ଲୋକମାନେ କେତୁ ଗ୍ରହ ଦ୍ୱାରା ଶାସିତ । ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିମାନଙ୍କର ଅଦୃଶ୍ୟତା, ସ୍ନାୟୁ, ସଂକ୍ରମଣ, ବୃଦ୍ଧାବସ୍ଥାରେ ଆର୍ଥ୍ରାଇଟିସ୍ କିମ୍ବା ରକ୍ତ ସଞ୍ଚାଳନ ସହିତ ଜଡିତ ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ଥାଏ । ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ସାମାନ୍ୟ ବିଶୃଙ୍ଖଳିତ ହୋଇଥାନ୍ତି । ପ୍ରତିଟି କଥା ବିରକ୍ତି ଭାବ ପ୍ରକାଶ କରନ୍ତି । ଏମାନେ ଧୂମପାନ, ମଦ୍ୟପାନ ଏବଂ ଡ୍ରଗ୍ସରୁ ଦୂରେଇ ରୁହନ୍ତୁ । ଜାନୁଆରୀ, ଫେବୃଆରୀ, ଜୁଲାଇ ଏବଂ ଅଗଷ୍ଟ ଏମାନଙ୍କ ପାଇଁ ଆଦୌ ଅନୁକୁଳ ନୁହେଁ ।

ନମ୍ବର ୮: ୧୭ ଓ ୨୬ ତାରିଖରେ ଜନ୍ମିତ ଲୋକ ମାନେ ଶନି ଗ୍ରହ ଦ୍ୱାରା ପରିଚାଳିତ ହୋଇଥାନ୍ତି । ରକ୍ତଚାପ, ଦାନ୍ତରେ ଯନ୍ତ୍ରଣା, ବାରମ୍ବାର ମୁଣ୍ଡବିନ୍ଧା, ଯକୃତ ଏବଂ ଅନ୍ତନଳୀଜନିତ ରୋଗଗୁଡିକ ର ଶିକାର ହୋଇଥାନ୍ତି । ଡିସେମ୍ବର, ଜାନୁଆରୀ, ଫେବୃଆରୀ ଏବଂ ଜୁଲାଇ ସଂଖ୍ୟା ୮ ଲୋକଙ୍କ ଅନୁକୂଳ ନୁହେଁ ।

ନମ୍ବର ୯: ୯, ୧୮, କିମ୍ବା ୨୭ ରେ ଜନ୍ମ ହୋଇଥିବା ଲୋକମାନେ ମଙ୍ଗଳ ଗ୍ରହ ଦ୍ୱାରା ଶାସିତ ହୁଅନ୍ତି । ହି ଲୋକମାନେ ଅତ୍ୟନ୍ତ ସମ୍ବେଦନଶୀଳ । ମୁଣ୍ଡ, ମୁହଁ, କିଡନୀ, ଆଣ୍ଠୁ, ବ୍ଲାଡର, ପ୍ରଜନନ ଅଙ୍ଗ ଏବଂ ରକ୍ତ ସଞ୍ଚାଳନ ସହ ଏହି ଗ୍ରହର ସମ୍ବନ୍ଧ ରହିଛି । ଏହି ଲୋକମାନେ ଜ୍ୱର, ଚିକେନ୍ପକ୍ସ, କିଡନୀ ସମସ୍ୟା, ଗଳା ସମ୍ବନ୍ଧୀୟ ସମସ୍ୟା ଏବଂ ବ୍ରୋଙ୍କିଆଲ୍ ଟ୍ୟୁବ୍ ଭଳି ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୁଅନ୍ତି । ନିଶା ପ୍ରତି ଏମାନେ ଅଧିକ ଆକର୍ଷିତ । ଏପ୍ରିଲ, ମେ, ଅକ୍ଟୋବର ଏବଂ ନଭେମ୍ବର ମାସରେ ସେମାନେ ସଚେତନ ହେବା ଆବଶ୍ୟକ ।

Get real time updates directly on you device, subscribe now.