fbpx

ପୁଣି ଇତିହାସ ରଚିଲା ISRO: ଶ୍ରୀହରୀକୋଟାରୁ ଲଞ୍ଚ ହେଲା ନେଭିଗେସନ ସାଟେଲାଇଟ୍ NVS-01

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଜି ନୂଆ ଜେନେରେସନର ନେଭିଗେସନ ସାଟେଲାଇଟ ଏନଭିଏସ-୦୧କୁ ସଫଳତାର ସହିତ ଲଞ୍ଚ କରିଛି । ଜିଏସଏଲଭି-ଏଫ୧୨ ରକେଟ ମାଧ୍ୟମରେ ଏହି ଲଞ୍ଚିଂ କରାଯାଇଛି । ଏହା ରକେଟର ୯ତମ ଉଡ଼ାଣ ରହିଥିବା ବେଳେ ସେଥିରେ ସ୍ୱଦେଶୀ କ୍ରାେୟୋଜେନିକ ଇଞ୍ଜିନ ଲାଗିଥିଲା । ଆଜି ସକାଳ ୧୦.୪୨ ସମୟରେ ଶ୍ରୀହରୀକୋଟା ସ୍ଥିତ ସତୀଶ ଧବନ ସ୍ପେଶ ସେଣ୍ଟରରୁ ଏହି ସାଟେଲାଇଟ୍ ଲଞ୍ଚ ହୋଇଥିଲା ।

ଏନେଇ ଇସ୍ରୋ ମୁଖ୍ୟ ଏସ. ସୋମନାଥ କହିଛନ୍ତି, ପୂର୍ବରୁ ୭ ପୁରୁଣା ନାଭିକ ସାଟେଲାଇଟ ମାଧ୍ୟମରେ କାର୍ଯ୍ୟ ଚାଲିଥିଲା । ମାତ୍ର ସେଥିରୁ କେବଳ ୪ କାମ କରୁଥିଲା । ଯଦି ଆମେ ୩କୁ ବଦଳାଇଥାନ୍ତୁ ତେବେ ୪ ମଧ୍ୟ ବେକାର ହୋଇଯାଇଥାନ୍ତା । ସେଥିପାଇଁ ଆମେ ପାଞ୍ଚ ନେକ୍ସଟ ଜେନେରେସନ ନାଭିକ ସାଟେଲାଇଟ ଏନଭିଏସକୁ ଛାଡ଼ିବାକୁ ପ୍ରସ୍ତୁତି କରିଥିଲୁ ।

ପୂର୍ବରୁ ଇଣ୍ଡିଆନ ରିଜିନଲ ନେଭିଗେସନ ସିଷ୍ଟମ (ଆଇଆରଏନଏସଏସ) ଅଧିନରେ ସାତ ନାଭଆଇସି ସାଟେଲାଇଟ୍ ଛାଡ଼ିଥିଲୁ । ଏହା ନକ୍ଷତ୍ର ପରି କାର୍ଯ୍ୟ କରିଥାଏ । ଏହା ମାଧ୍ୟମରେ ଭାରତରେ ସୀମିତ ଭାବେ ନେଭିଗେସନ ସେବା ମିଳୁଥିଲା । ସେନା, ବିମାନ ସେବା ଆଦିରେ ଏହାର ବ୍ୟବହାର କରାଯାଉଥିଲା । ନାଭିକର ୭ରୁ ୩ ସାଟେଲାଇଟ କାମ କରିବା ବନ୍ଦ କରିଦେଇଥିଲା । ସେଥିପାଇଁ ଇସ୍ରୋ ୫ ନୂଆ ସାଟେଲାଇଟର ନକ୍ଷତ୍ର ତିଆର କରିବାର ଦାୟିତ୍ୱ ଦେଇଥିଲା ।

ଏହି ନାଭିଗେସନ ସାଟେଲାଇଟକୁ ସ୍ୱଦେଶରେ ନିର୍ମିତ କରାଯାଇଥିବା ବେଳେ ସେଥିରେ ରୁବିଡିୟମ ଆଟୋମିକ କ୍ଲକର ବ୍ୟବହାର କରାଯାଇଛି । ଅହମ୍ମଦାବାଦର ସ୍ପେଶ ଆପ୍ଲିକେସନ ସେଣ୍ଟରରେ ଏହାକୁ ନିର୍ମାଣ କରାଯାଇଛି । ଏପରି ପରମାଣୁ ଘଡ଼ି ବହୁତ କମ୍ ଦେଶ ପାଖରେ ରହିଛି । ଏହି ଘଡ଼ି ମାଧ୍ୟମରେ ସଠିକ୍ ଲୋକେସନ, ପୋଜିସନ ଓ ଟାଇମିଂର ସନ୍ଧାନ କରିହେବ ।

ଏନଭିଏସ-୦୧ ସାଟେଲାଇଟ ଜରିଆରେ ବିଭିନ୍ନ କାମ କରିହେବ । ଏହା ମାଧ୍ୟମରେ ସ୍ଥଳ, ଜଳ ଓ ସାମୁଦ୍ରିକ ନେଭିଗେସନ, କୃଷି ସମ୍ବନ୍ଧୀୟ ତଥ୍ୟ, ଜିୟୋଡେଟିକ ସର୍ଭେ, ଏମର୍ଜେନ୍ସି ସେବା, ଫ୍ଲିଟ ମ୍ୟାନେଜମେଣ୍ଟ, ମୋବାଇଲରେ ଲୋକେସନ ବେସଡ ସେବା, ସାଟେଲାଇଟ ପାଇଁ ଅର୍ବିଟ ଜାଣିବା, ମରୀନ ଫିଶରିଜ, ବାଣିଜ୍ୟକ ସଂସ୍ଥା, ପାୱାର ଗ୍ରିଡସ ଓ ଅନ୍ୟ ସରକାରୀ ଏଜେନ୍ସିର ପାଇଁ ଟାଇମିଂ ସେବା, ଇଣ୍ଟରନେଟ ଅଫ୍ ଥିଙ୍ଗସ, ଷ୍ଟ୍ରାଟେଜିକ ଆପ୍ଲିକେସନ ଆଦି ତଥ୍ୟ ଜାଣିହେବ ।

Get real time updates directly on you device, subscribe now.