OCS-2023 ପ୍ରିଲିମିନାରୀ ପରୀକ୍ଷା ପାଇଁ ଜାରି ହେଲା ଟାଇମ୍ ଟେବୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)- ୨୦୨୩ର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆସନ୍ତା ୨୭ ତାରିଖରେ ଓସିଏସ-୨୦୨୩ ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ସେନେଇ ଟାଇମ୍ ଟେବୁଲ ଜାରି କରାଯାଇଛି । ୨୭ ତାରିଖ (ରବିବାର) ଦିନ ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ଶିଫ୍ଟରେ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ଦ୍ୱିପ୍ରହର ୧.୩୦ରୁ ୩.୩୦ ପର୍ଯ୍ୟନ୍ତ ଚାଲିବ । ପେପର-୧ରେ ୧୦୦ଟି ମଲ୍ଟିପୁଲ ଚଏସ ପ୍ରଶ୍ନ ଓ ପେପର-୨ରେ ୮୦ଟି ମଲ୍ଟିପୁଲ ଚଏସ ପ୍ରଶ୍ନ ରହିବ । ପେପର-୧ ପାଇଁ ସବଜେକ୍ଟ କୋଡ ୦୧ ରହିଥିବା ବେଳେ ପେପର-୨ ପାଇଁ ୦୨ ରହିଛି । ଖୁବଶୀଘ୍ର ଅଫିସିଆଲ ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯିବ । ପ୍ରାର୍ଥୀଙ୍କୁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.