fbpx

ଅଡ଼-ଇଭିନ ଫର୍ମୁଲାରେ ରାଜ୍ୟରେ ଚାଲିବ ବସ୍

Advertisement

ଭୁବନେଶ୍ୱର, ୩୦ା୫(ଓଡ଼ିଶା ଭାସ୍କର): ଗତ ଦୁଇ ଦିନ ହେବ ରାଜ୍ୟରେ ବସ୍ ଚଳାଚଳ ହୋଇଛି । କିନ୍ତୁ ସୋମବାରଠାରୁ ଅଡ଼-ଇଭିନ ନମ୍ବରରେ ରାଜ୍ୟରେ ବସ୍ ଚଳାଚଳ ହେବ ବୋଲି ସୂଚନା ମିଳିଛି । ଅଧିକାଂଶ ସହରରୁ ଦୈନିକ ୫ରୁ ୧୦ଟି ବସ୍ ବିଭିନ୍ନ ରୁଟରେ ଚାଲିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ମହାସଙ୍ଘ ସମ୍ପାଦକ ଦେବେନ୍ଦ୍ର ସାହୁ ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୭ ତାରିଖ ଦିନ ଚଣ୍ଡିଖୋଲ ବୈଠକରେ ବସ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏହାସହ ପୂର୍ବନିର୍ଦ୍ଧାରିତ ଭଡ଼ା ଅନୁଯାୟୀ ଯାତ୍ରୀମାନେ ଟଙ୍କା ଦେବେ । ଏହାସହ ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.