fbpx

ବିଶିଷ୍ଟ ଅଭିନେତା ତଥା ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ଜଗତରୁ ଆସିଛି ଏକ ଦୁଃଖ ଖବର । ରାଜ୍ୟ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଯୋଜକ ବିଜୟ ପଟ୍ଟନାୟକ ଆଉ ନାହାନ୍ତି । ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ବିଜୟଙ୍କ ବିୟୋଗରେ ସିନେ ଜଗତ ସହ ଜଡ଼ିତ ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ଟେକ୍ନିସିଆନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ମଞ୍ଚ, ସିନେମା ଓ ଧାରାବାହିକ ଅଭିନେତା ଭାବେ ବିଶେଷ ଖ୍ୟାତି ଅର୍ଜନ କରିବା ସହିତ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତାଙ୍କର ନିଖୁଣ ଅଭିନୟ ପାଇଁ ଅନେକ ଲୋକ ନୂଆ ଟ୍ରେଣ୍ଡ ସେଟର ବୋଲି କହୁଥିଲେ । ଅଭିନୟ ପାଇଁ ସେ ସଙ୍ଗୀତ ଏକାଡେମୀ ପକ୍ଷରୁ ସମ୍ମାନିତ ହୋଇଥିଲେ । ସେ ନିଜ କ୍ୟାରିୟର ମଧ୍ୟରେ ସର୍ବଦା ବଛା ବଛା ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କର ପରଲୋକରେ ଅନେକ ସାଥୀ କଳାକାର ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.