fbpx
BJD SKY
BJD SKY

ସରିଲା ବିଧାନସଭା, ଆଗାମୀ ରାଜନୈତିକ ଯାତ୍ରା ପାଇଁ ଜଣାଇଲେ ଶୁଭେଚ୍ଛା ଓ ଶୁଭ କାମନା

BJD

ଭୁବନେଶ୍ୱର: ସରିଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ଯାଏ ମୁଲତବୀ କଲେ ବାଚସ୍ପତି । ବିଧାନସଭାର ଏହି ଅଧିବେଶନ ୨ ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଓ ମୋଟ ୫ ଦିନ ଚାଲିଲା ।

ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ଶାସକ ଓ ବିରୋଧୀ ଦଳର ବିଧାୟକଙ୍କୁ ଗୋଟିଏ ଫଟୋ ଫ୍ରେମ୍‌ରେ ଦେଖିବାକୁ ମିଳିଛି । ଗତ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ଅବସରରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ବିଧାୟକମାନେ ଆଜି ଏକତ୍ର ଫଟୋ ଉଠାଇଛନ୍ତି ଓ ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହି ଫଟୋସୁଟ୍‌ରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଥିବାର ଦେଖିବାକୁ ମିଳିଛି । ସୁର ରାଉତରାୟ, ନରସିଂହ ମିଶ୍ରଙ୍କ ଭଳି ନେତାଙ୍କର ଏହା ଶେଷ ବିଧାନସଭା ଅଧିବେଶନ ଥିଲା । କାରଣ ଉଭୟ ୨୦୨୪ ନିର୍ବାଚନରେ ଆଉ ପ୍ରତିନ୍ଦ୍ୱନ୍ଦିତା କରିବେନି ବୋଲି ପୂର୍ବରୁ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.