ନଭେମ୍ବର ୨୬ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ: ୨୩ରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ । ୨୩ରେ ମନ୍ତ୍ରୀ ପରିଷଦ ବୈଠକ ବସିବ ଓ ୨୬ରେ ଅତିରିକ୍ତ ବଜେଟ୍ ଆଗତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ବସିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଶ୍ରୀ ମାଝୀ ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ଏହାପରେ ଡିସେମ୍ବର ୫ରେ ତାହା ବିଧାନସଭାରେ ଗୃହିତ ହେବ । ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ରେ ସମାପ୍ତ ହେବ ।

ଏଥର ବିଧାନସଭର ଶୀତକାଳୀନ ଅଧିବେଶନରେ ଶାସକ ବିଜେପିକୁ ଘେରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ପ୍ରସ୍ତୁତି ହୋଇରହିଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଆମ୍ବ ଟାକୁଆ ଜାଉ ଖାଇ ୩ ମହିଳାଙ୍କ ମୃତ୍ୟୁ, ‘ଆମ ଓଡ଼ିଶା-ନବୀନ ଓଡ଼ିଶା’ ଯୋଜନା ବନ୍ଦ, ଚିଟ୍ଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ଆଦି ଅନେକ ପ୍ରସଙ୍ଗ ବିରୋଧୀଙ୍କ ପାଖରେ ରହିଛି । ତେବେ ବିରୋଧୀଙ୍କୁ ଶାସକ ଦଳ କିପରି ମୁକାବିଲା କରୁଛି ତା’ ଉପରେ ରାଜନୈତିକ ବିଶେଷଜ୍ଞମାନେ ନଜର ରଖିଛନ୍ତି ।