Breaking: ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭା ଆରମ୍ଭ, ୧୭ରେ ବଜେଟ୍ ଉପସ୍ଥାପନ

ଭୁବନେଶ୍ବର: ଫେବୃଆରୀ 13 ତାରିଖରୁ ଆରମ୍ଭ ହେବ ବିଧାନସଭା । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ ।

ତେବେ ଫେବୃଆରୀ 13 ତାରିଖରୁ ଏପ୍ରିଲ 5 ତାରିଖ ଯାଏଁ ଦୁଇଟି ପର୍ଯାୟରେ ବିଧାନସଭା ଚାଲିବ । ତେବେ ଫେବୃଆରୀ 17 ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ସମୁଦାୟ 28 ଦିନ କାର୍ଯ୍ୟ ଦିବସ ରହିଛି । ଫେବୃଆରୀ 17 ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ ହେବ । ତେବେ ବିଧାନସଭା ଅଧିବେଶନ ସମୟରେ ଉଭୟ ଶାସକ ଏବଂ ବିରୋଧି ଭାଗ ନେବେ । କେଉଁ ବିଭାଗ ପାଇଁ କେତେ ଟଙ୍କା ଦିଆଯାଉଛି ଏବଂ କେତେ ଗୁରୁତ୍ବ ଦିଆଯାଉଛି ସେନେଇ ତର୍ଜମା ହେବ ।

ତେବେ ନୂଆ ସରକାର ଆସିବା ପରେ ଅନେକ ଚାଲେଞ୍ଜ ମଧ୍ୟ ରହିଛି । କେନ୍ଦ୍ର ଅନୁଦାନ କେତେ ଆସିବ ଏବଂ ରାଜ୍ୟ ସରକାରଙ୍କ ବଜେଟର ରୂପ ରେଖ କିଭଳି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଫେବ୍ରୁଆରୀ ୨୧ ଯାଏଁ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବାକୁ ଥିବା ବେଳେ ଫେବ୍ରୁଆରୀ ୨୨ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଅଧିବେଶନ ବନ୍ଦ ରହିବ । ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଅଧିବେଶନ ଚାଲିବ ।