fbpx

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୩କୁ ବୃଦ୍ଧି

ଭୁବନେଶ୍ୱର, ୫ା୪ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୨ଜଣ କରୋନା ଭୂତାଣୁ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ ଅଞ୍ଚଳର ଏବଂ ଅନ୍ୟଜଣେ ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଶନିବାର ସୁଦ୍ଧା ଏହି ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଥିଲା । ତେବେ କପିଳ ପ୍ରସାଦ ଅଞ୍ଚଳର ଆକ୍ରାନ୍ତ ବ୍ୟକ୍ତିଙ୍କ ବୟସ ୭୦ ବର୍ଷ ଏବଂ ନିକଟରେ ଅଷ୍ଟ୍ରେଲିଆରୁ ଫେରିଥିବା ଜଣାପଡ଼ିଛି । ଅଷ୍ଟ୍ରେଲିଆରୁ ଫେରିଥିବା ବ୍ୟକ୍ତି ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ । ବମିଖାଲ ଅଞ୍ଚଳର ଆକ୍ରାନ୍ତଙ୍କ ବୟସ ୨୯ ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.