fbpx

ପୂଜା ଛୁଟି ଯାଏଁ ସ୍କୁଲ , କଲେଜ ବନ୍ଦ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନାରେ ସବୁଠାରୁ ଛାତ୍ରଛାତ୍ରୀଙ୍କ ପଠପଢ଼ା ଉପରେ ପ୍ରଭାବ ପଡ଼ିଛି । କିନ୍ତୁ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ପୂଜାଛୁଟି ଯାଏଁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । କୋଭିଡ଼ ସ୍ଥିତି ସମୀକ୍ଷା ପରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା ଦିଆଯିବ । ଏମଏସଏମଇ, କୃଷି, ମତ୍ସ୍ୟ ଓ ପଶୁପାଳନ, ଏସଏଚଜି ଉପରେ ଫୋକସ କରାଯିବ ।

Get real time updates directly on you device, subscribe now.