fbpx
BJD SKY
BJD SKY

ରାଜ୍ୟରେ ଜାରି ରହିଛି ସଂକ୍ରମଣ ଧାରା, ପୁଣି ଚିହ୍ନଟ ହେଲେ ୯ ଶହରୁ ଅଧିକ

BJD

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନାର ପ୍ରଭାବ ଥମିନାହିଁ । ଲଗାତର ୬ ଦିନ ଧରି ଦୈନିକ ସଂକ୍ରମଣ ହଜାରେ ଉପରେ ରହିଥିଲା । ଏବେ ତିନିଦିନ ହେଲା ହଜାରେ ତଳକୁ ସଂକ୍ରମଣ ଖସିଛି । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ୟ୍ୟନ୍ତ ଦୂର ହୋଇନାହିଁ । ଆଜି ୯୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩୧ ଓ ସ୍ଥାନୀୟ ଅଞ୍ଚଳରୁ ୩୮୦ ଜଣ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୨ ହଜାର ୨୪୫ ରହିଥିବା ବେଳେ ୯ ହଜାର ୪୯୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.