fbpx

ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍: ଜାଣନ୍ତୁ କେଉଁ ଜୋନରେ କଣ କୋହଳ ଓ କଣ କଟକଣା?

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ତୃତୀୟ ପର୍ଯ୍ୟାୟ ଲକ୍-ଡାଉନ୍ ନେଇ ରାଜ୍ୟ ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଆସନ୍ତାକାଲିଠାରୁ ଅନେକ କ୍ଷେତ୍ରରେ କୋହଳ ହେବା ସହ କିଛି କ୍ଷେତ୍ରରେ କଟକଣା ଲାଗୁ ହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ ଜୋନରେ କଣ କୋହଳ ଓ କଟକଣା ଲାଗୁ ହୋଇଛି..

କାଲିଠୁ ବିମାନ, ଟ୍ରେନ ଓ ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ ରହିବ । ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ହୋଟେଲରେ ରହିବା କଟକଣା ଜାରି ରହିବ । ସିନେମା ହଲ, ସପିଂ ମଲ୍, ଜିମ୍, ସ୍ପୋର୍ଟ୍ସ କମ୍ପେ୍ଲକ୍ସ ବନ୍ଦ ରହିବ । ଗ୍ରାମାଞ୍ଚଳରେ ମଲ୍ ଛଡା ସବୁ ଦୋକାନ ଖୋଲିପାରିବ । ଏସବୁ କ୍ଷେତ୍ରରେ ସାମାଜିକ ଦୂରତା ରହିବା ଦରକାର । ସେହିପରି ୩ଟି ଜୋନରେ ବି କେତେକ କଟକଣାକୁ କଡାକଡି ଓ ଆଉ କେତେକକୁ କୋହଳ କରାଯାଇଛି ।

 

ରେଡ୍ ଜୋନ୍ : ଇ-କମର୍ସକୁ  ଅନୁମତି ମିଳିଛି, ଯେଉଁଥିରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ସାମିଲ ଅଛି । ଘରୋଇ କାର୍ଯ୍ୟାଳୟ ୩୩% କର୍ମଚାରୀଙ୍କୁ ନେଇ ଖୋଲିବ। ସରକାରୀ ଅଫିସ୍ ଖୋଲିବ , ଯେଉଁଥିରେ ୩୩% କର୍ମଚାରୀ ଆସିବେ । ଗ୍ରାମାଞ୍ଚଳର ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିଛି  । ସବୁ ଶିଳ୍ପ ସମ୍ପର୍କିତ କାମ ଚାଲିବ ।

 

ଅରେଞ୍ଜ ଜୋନ୍ : ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା ଲାଗିଛି । ଟାକ୍ସି,କ୍ୟାବ୍,  ଚାଲିପାରିବ (ଜଣେ ଡ୍ରାଇଭର୍ ଓ ୨ ଜଣ ଯାତ୍ରୀ)। ୪ ଚକିଆ ଯାନ ଚାଲିପାରିବ (ଡ୍ରାଇଭର୍ ଓ ୨ ଜଣ ଯାତ୍ରୀ )। ଅନ୍ୟ ସବୁ କାର୍ଯ୍ୟକଳାପ ଉପରୁ କଟକଣା ହଟିଛି ।

 

ଗ୍ରୀନ୍ ଜୋନ୍ : ବିମାନ,ରେଳ,ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ କଟକଣା। ହୋଟେଲ୍,ସ୍କୁଲ୍,କଲେଜ୍, ସିନେମା ହଲ୍ ଉପରେ କଟକଣା। ଅନ୍ୟ ସବୁ କଟକଣାକୁ କୋହଳ କରାଯାଇଛି  । ୫୦% ଯାତ୍ରୀଙ୍କୁ ନେଇ ବସ୍‌ ଚାଲିବା ନେଇ କେନ୍ଦ୍ର ଅନୁମତି ଦେଇଛି ।

Get real time updates directly on you device, subscribe now.