fbpx

ରାଜ୍ୟ ମୁଦ୍ରଣ ଓ ପ୍ରକାଶନ ବିଭାଗ ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ମୁଦ୍ରଣ, ଷ୍ଟେଶନରୀ ଓ ପ୍ରକାଶନ ବିଭାଗ ପକ୍ଷରୁ ପକ୍ଷରୁ ଆସିଛି ଏକ ନିଯୁକ୍ତି ସୁଯୋଗ । ଯୋଗ୍ୟ ପ୍ରାର୍ଥୀଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ସେପ୍ଟେମ୍ବର ମାସ ୨୫ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଫି’ ଗ୍ରହଣ କରାଯିବ । ଅକ୍ଟୋବର ମାସ ୧୮ ତାରିଖ ପ୍ରାର୍ଥୀଙ୍କ ପାଇଁ ଅନ୍ତିମ ତାରିଖ ରହିଛି । ଅକ୍ଟୋବର ମାସ ୧୧ ତାରିଖରୁ ୧୮ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ରେଜିଷ୍ଟ୍ରେସନ କରିପାରିବେ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୪ ବର୍ଷ ଓ ସର୍ବାଧିକ ବୟସ ୨୧ ବର୍ଷ ହୋଇଥିବା ଆବଶ୍ୟକ ।

ଚଳିତ ବର୍ଷ ଅକ୍ଟୋବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀଙ୍କୁ ବୁକ ବାଇଣ୍ଡର, ଲିଥୋ ପ୍ଲେଟ ମେକର, ଲିଥୋ ମେଶିନ ପଦରେ ନିଯୁକ୍ତି ଦିଆଯିବ । ଦଶମ କ୍ଲାସରେ ପ୍ରାର୍ଥୀମାନେ ରଖିଥିବା ମାର୍କ ଆଧାରରେ ସେମାନଙ୍କୁ ଚୟନ କରାଯିବ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀଙ୍କୁ ପ୍ରଥମେ ଅନଲାଇନ୍ ପୋର୍ଟାଲରେ ରେଜିଷ୍ଟର କରିବାକୁ ପଡ଼ିବ ।

ଅନଲାଇନ୍ ଆବେଦନ ଲିଙ୍କ: https://spat.org.in/

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ogpress.nic.in/

ନୋଟିଫିକେସନ:

Get real time updates directly on you device, subscribe now.