fbpx

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ କଣ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ଜାଣନ୍ତୁ

କଟକ, ୧୦ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସବୁ ଧର୍ମାନୁଷ୍ଠାନକୁ ବନ୍ଦ ରଖିବାକୁ କଟକଣା ଜାରି କରାଯାଇଥିଲା । କିନ୍ତୁ ଏହାରି ମଧ୍ୟରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟସରକାରଙ୍କୁ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟେନମେଣ୍ଟ ଜୋନ ବାହାରେ ଥିଲେ ଧର୍ମାନୁଷ୍ଠାନ ଖୋଲିପାରିବ । ମାତ୍ର ଧର୍ମାନୁଷ୍ଠାନ ଖୋଲିବା ନେଇ ଶେଷ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ହାଇକୋର୍ଟ କହିଛନ୍ତି । କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନଜରରେ ରଖି ନିଷ୍ପତ୍ତିକୁ ନେବାକୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା ।

Get real time updates directly on you device, subscribe now.