fbpx

ସାରା ଓଡ଼ିଶା ଲକ୍ ଡାଉନ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): କରୋନା ନେଇ ସବିଶେଷ ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଆଜି ମଧ୍ୟ ରାତ୍ରିରୁ ରାଜ୍ୟର ୩୦ଜିଲ୍ଲା ଲକ୍ ଡାଉନରେ ରହିବ । ୨୯ମାର୍ଚ୍ଚ ମଧ୍ୟରାତ୍ରୀ ଯାଏଁ ଲକ୍ ଡାଉନରେ ରହିବ । ପ୍ରଥମେ ୫ଜିଲ୍ଲା ପରେ ୯ଜିଲ୍ଲାରେ ଲକ୍ ଡାଉନ ଲାଗୁ ହୋଇଥିଲା । ଆଜି ମଧ୍ୟରାତ୍ରିରୁ ବାକି ୧୬ଟି ଜିଲ୍ଲା ଲକ୍ ଡାଉନରେ ରହିବ । ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।

ଲକ୍ ଡ଼ାଉନ ସମୟରେ ମେଡ଼ିକାଲ, କ୍ଲିନିକ୍, ଔଷଧ ଦୋକାନ ଖୋଲା ରହିବ । କରୋନା ଭାଇରସ୍ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା କାମ କରିବେ । ବ୍ୟାଙ୍କ ଓ ଏଟିଏମ୍ ଖୋଲା ରହିବ । ଏଟିଏମରେ ଯଥେଷ୍ଟ ଟଙ୍କା ରଖିବାକୁ ନିର୍ଦ୍ଦେଶ ରହିଛି । କମ୍ ସଂଖ୍ୟକ ଷ୍ଟାପ୍ ନେଇ କାମ କରିବେ ବ୍ୟାଙ୍କ ଅଧିକାରୀ । ୧୦% କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶ ହୋଇଛି । ପୋଲିସ୍, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ , ଓଡ୍ରାଫ୍, ବିଦ୍ୟୁତ ବିଭାଗ ଖୋଲା ରହିବ । ଏହାସହ ଫଳ, କ୍ଷୀର, ପାଉଁରୁଟି, ସଉଦା ଦୋକାନ ମଧ୍ୟ ଖୋଲା ରହିବ ବୋଲି ବାଗଚୀ କହିଛନ୍ତି ।

Get real time updates directly on you device, subscribe now.