DSP ସ୍ତରରେ ବଡ଼ ଧରଣର ଅଦଳବଦଳ: ଜାଣନ୍ତୁ, କାହାର କେଉଁଠାକୁ ହେଲା ବଦଳି

ଭୁବନେଶ୍ୱର: ବୁଧବାର ଡିଏସ୍‌ପି ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ଷ୍ଟେଟ୍‌ ପୋଲିସ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବୋର୍ଡର ନିଷ୍ପତ୍ତିକ୍ରମେ ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଏଥିରେ ମୋଟ ୧୦୨ ଅଧିକାରୀଙ୍କ ଦାୟିତ୍ୱରେ ପରବର୍ତ୍ତନ ହୋଇଥିବା ଜଣାପଡିଛି । ଦେଓଗଡ଼ ପିଏସିଆର୍‌ ସେଲ୍‌ ଡିଏସ୍‌ପି ଅଜୟ କୁମାର ତୀର୍କିଙ୍କୁ ବଲାଙ୍ଗିର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଥିବା ବେଳେ ପାପଡ଼ାହାଣ୍ଡି ଏସ୍‌ଡିପିଓ ଥିବା ଆଦିତ୍ୟ ସେନ୍‌ଙ୍କୁ ମାଲ୍‌କାନଗିରି ପିସିଆର୍‌ ସେଲ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି।

ସେହିପରି ଅନିଲ କୁମାର ପ୍ରଧାନଙ୍କୁ ରାଉରକେଲାରୁ ଯାଜପୁର ଡିଆଇବି ଡିଏସ୍‌ପି, କମିଶନରେଟ୍‌ ପୋଲିସ ଏସିପି ଅନୁସୂୟା ନାୟକଙ୍କୁ ସ୍ପେଶାଲ ବ୍ରାଞ୍ଚ ଡିଏସ୍‌ପି, ନବରଙ୍ଗପୁର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବବିତା ତ୍ରିପାଠୀଙ୍କୁ କଟକ ସିଗ୍‌ନାଲ୍ସ ଡିଏସ୍‌ପି ଭାବେ ବଦଳି କରାଯାଇଛି। ଅନ୍ୟପଟେ ବ୍ରହ୍ମପୁର ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟ, କେଉଁଝର ଡିଏସ୍‌ପି ଆଲୋକ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୋଲିସ ଏକାଡେମୀ, ଅମ୍ବିତ୍‌ ମହାନ୍ତିଙ୍କୁ ବୁର୍ଲା ଏସ୍‌ଡିପିଓ ତଥା ବୁର୍ଲା ଏଚ୍‌ଏସ୍‌ଏଫ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି। ସେପଟେ ରାଉରକେଲା ଡିଏସ୍‌ପି ବାଳେଶ୍ୱର ଗିଢିଙ୍କୁ ସମ୍ବଲପୁର ଡିଆଇବି ଡିଏସ୍‌ପି, ଝାରସସୁଗୁା ଡିିଆଇବି ଡିଏସ୍‌ପି ବନଶ୍ରୀ ରାଉତରାୟଙ୍କୁ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ ଡିଏସ୍‌ପି, ରାଉରକେଲା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବନିତା ମାଝୀଙ୍କୁ ଝାରସୁଗୁଡ଼ା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ପୁରୀ ଆୟୁସିଏଡବ୍ଲ୍ୟୁ ଡିଏସ୍‌ପି ବାସନ୍ତି କୁମାରୀ ନାୟକଙ୍କୁ କମିଶନରେଟ୍‌ ପୋଲିସ ଏସିପି ଭାବେ ବଦଳି କରାଯାଇଛି।

ଏହି କ୍ରମରେ ଜଗତସିଂପୁର ଡିଏସ୍‌ପି ବିରଞ୍ଚି ବାଗ୍‌ଙ୍କୁ ଅନୁଗୁଳ ଆଏଏଚ୍‌ଟିୟୁ ଡିଏସ୍‌ପି, ବାଲେଶ୍ୱର ଡିଆଇବି ଡିଏସ୍‌ପି ବ୍ରଜେଶ୍ୱରୀ ବାଲଙ୍କୁ ଇଓଡବ୍ଲ୍ୟୁ ଡିଏସ୍‌ପି, କମିଶନରେଟ୍‌ ପୋଲିସ ଏସିପି ଚନ୍ଦନ କୁମାର ଘଡ଼ାଇଙ୍କୁ କଟକ ସଦର ଏସ୍‌ଡିପିଓ, ନବରଙ୍ଗପୁର ପିସିଆର୍‌ ସେଲ୍‌ ଡିଏସ୍‌ପି ଚନ୍ଦ୍ର ଶେଖର ହୋତାଙ୍କୁ ଗଜପତି ଡିଆଇବି ଡିଏସ୍‌ପି ଏବଂ ଅନ୍ୟ ପ୍ରମୁଖଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ତେବେ ରାଉରକେଲା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ଭିମସେନ୍‌ ନଏକଙ୍କୁ ରାୟଗଡ଼ା ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି, ବ୍ରହ୍ମପୁର ଆଇଏଏଚ୍‌ଟିୟୁ ଡିଏସ୍‌ପି ବିମଳ କାନ୍ତ ନାୟକଙ୍କୁ ଭଦ୍ରକ ଆଇସିଏଡବ୍ଲ୍ୟୁ ଡିଏସ୍‌ପି, ଝାରସୁଗୁଡା ପିସିଆର୍‌ ସେଲ୍‌ ଡିଏସ୍‌ପି ବିନୋଦ ଲାକ୍ରାଙ୍କୁ ସମ୍ବଲପୁର ହୋମଗାର୍ଡସ ଡିଏସ୍‌ପି ଓ ବଲାଙ୍ଗୀର ଆଇୟୁସିଏଡବ୍ଲ୍ୟୁ ଡିଏସ୍‌ପି ବିପିନ ବୀହାରି ମେହେରଙ୍କୁ କନ୍ଧମାଳ ଡିଏସ୍‌ପି ଭାବେ ବଦଳି ହୋଇଥିବା ଜଣାପଡିଛି।