fbpx

ଓଡ଼ିଶା ପୋଲିସ ପାଇଁ SI ଚୟନ କରିବ ଏକ ଘରୋଇ ସଂସ୍ଥା, ବିଭିନ୍ନ ମହଲରୁ ଉଠିଲାଣି ବିରୋଧର ସ୍ୱର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ଭାଗ୍ୟ ଏବେ ଘରୋଇ ସଂସ୍ଥା ହାତରେ । ପୋଲିସ ବାହିନୀ ପାଇଁ ସବ୍ ଇନ୍ସପେକ୍ଟର (ଏସଆଇ) ଚୟନ କରିବ ଏକ ଆଉଟସୋର୍ସିଂ ସଂସ୍ଥା । ଏହି ସଂସ୍ଥା ଏସଆଇ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତି, ପରୀକ୍ଷା କେନ୍ଦ୍ର ଚୟନ, ପରୀକ୍ଷା ବ୍ୟବସ୍ଥା ପରିଚାଳନା କରୁଛି । ତେବେ ଏହାଫଳରେ ମିଳିତ ପୋଲିସ ସେବା ପରୀକ୍ଷା (ସିପିଏସଇ-୨୦୧୮)ର ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।

ଏସଆଇ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ପ୍ରାର୍ଥୀ ଚୟନ ଘରୋଇ ସଂସ୍ଥା ହାତକୁ ଚାଲିଯାଇ ଥିବାରୁ ଏହାକୁ ନେଇ ବିରୋଧ କରାଯାଇଛି । ୨୦୧୮ର ସିପିଏସଇ ପରୀକ୍ଷା ୨୦୨୨ରେ କରାଯାଉଥିବାରୁ ବହୁ ଆଶାୟୀ ଏହି ପରୀକ୍ଷାରେ ଅନୁପସ୍ଥିତ ରହିଥିବା କୁହାଯାଉଛି । ନବଗଠିତ ଓଡ଼ିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ ଏହି ପରୀକ୍ଷା କାହିଁକି ପରିଚାଳନା କରୁନାହିଁ ବୋଲି ଏବେ ପ୍ରଶ୍ନ ଉଠିଲାଣି ।

ଜଣାପଡ଼ିଛି ଯେ, ସିପିଏସଇ-୨୦୧୮ ପରୀକ୍ଷା ପାଇଁ ରାଜ୍ୟର ୨୯ ହଜାର ୬୪୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୩୪ଟି କେନ୍ଦ୍ରରେ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱରରେ ୧୧ଟି ଓ କଟକରେ ୬ଟି କେନ୍ଦ୍ର ସ୍ଥାପନ କରାଯାଇଛି । ସେହିପରି ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୩ଟି ଲେଖାଏଁ କେନ୍ଦ୍ର କରାଯାଇଛି । ତେବେ ଆବଶ୍ୟକ ଭିତ୍ତିଭୂମି ଓ ଅଭିଜ୍ଞତାର ଅଭାବ ଯୋଗୁଁ ଏହି କମ୍ପ୍ୟୁଟର ବେସଡ୍ ପରୀକ୍ଷା ଘରୋଇ ସଂସ୍ଥାକୁ ଦିଆଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.