fbpx

ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ମିଳିଲା ୫୨୮୩ କୋଟି ଟଙ୍କା

କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ । ଓଡ଼ିଶାକୁ ଟିକସ ହସ୍ତାନ୍ତର ବାବଦରେ ୫୨୮୩ କୋଟି ଟଙ୍କା ମିଳିଛି । ପୁଞ୍ଜି ଓ ବିକାଶ ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧତା ଅନୁରୂପ ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜ୍ୟମାନଙ୍କୁ ହସ୍ତାନ୍ତର କରାଯାଇଥିବା ଟିକସର ରାଜ୍ୟୱାରୀ ବିବରଣୀ ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଛି। ନଭେମ୍ବର ୨୦୨୨ ପାଇଁ କେନ୍ଦ୍ରୀୟ ଟିକସ ଓ ଶୁଳ୍କର ରାଜ୍ୟୱାରୀ ମୋଟ୍ ପ୍ରାପ୍ତି ସଂକ୍ରାନ୍ତରେ ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଛି। ଉତ୍ତର ପ୍ରଦେଶକୁ ସର୍ବାଧିକ ୨୦୯୨୯ ଟଙ୍କା ମିଳିଥିବା ବେଳେ ଏହା ପଛକୁ ବିହାରକୁ ୧୧୭୩୪, ମଧ୍ୟପ୍ରଦେଶକୁ ୯୧୫୮, ମହାରାଷ୍ଟ୍ର ୭୩୭୦, ଓଡ଼ିଶାକୁ ୫୨୮୩ କୋଟି ଟଙ୍କା ମିଳିଛି।

 

Get real time updates directly on you device, subscribe now.