fbpx

କରମଣ୍ଡଳ ଦୁର୍ଘଟଣା, ୭ ଗୋଟି ଶବ ଭିତରେ ଫଶି ରହିଥିଲା ସାନ ଭାଇ , ୨ ଦିନ ଖୋଜିବା ପରେ ମିଳିଲା ସନ୍ଧାନ

Advertisement

କଟକ:ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୭୫ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ରେଳ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାକୁ ନେଇ ଏବେ ପୀଡିତଙ୍କ ଦରଦ ଭରା କାହାଣୀ ସବୁ ସାମନାକୁ ଆସିବାରେ ଲାଗିଛି । ଏଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି ୧୦ ବର୍ଷୀୟ ଏକ ଶିଶୁର ଯିଏକି ଆଶ୍ଚର୍ଯ୍ୟଜନକ ଭାବରେ ବଞ୍ଚି ଯାଇଛି ।

ବାଲେଶ୍ୱର ଭୋଗରାଇର ଏହି ୧୦ ବର୍ଷର ବାଳକ ବାହାନଗାରେ ହୋଇଥବା ଟ୍ରେନ୍ ଦୁର୍ଘଟଣାରେ ୭ ଗୋଟି ଶବ ତଳେ ଫସି ରହିଥିଲା। ତାର ମୁଣ୍ଡ ଓ ମୁହଁରେ ବହୁ କ୍ଷତଚିହ୍ନ ରହିିଛି । ଶନିବାର ଗ୍ରାମବାସୀଙ୍କ ସାହାଯ୍ୟରେ ତାର ବଡ ଭାଇ ତାକୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲା । ୫ ମ କ୍ଲାସ୍ ରେ ପଢୁଥିବା ଏହି ବାଳକର ନାମ ହେଉଛି ଦେବାଶୀଷ ଓ ସେ ଏବେ କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛି । ଶୁକ୍ରବାର ସେ କରମଣ୍ଡଳ ଏକ୍ସପ୍ରେସ୍ରେ ନିଜ ପରିବାର ସଦସ୍ୟଙ୍କ ସହ ଭଦ୍ରକ ଯାଉଥିଲା ।

ଦୋବଶୀଷ କହିଛି ମୋ ବାପା ଭଦ୍ରକ ଯିବା ଲାଗି କରମଣ୍ଡଳ ଏକ୍ସପ୍ରେସ୍ ରେ ଟିକେଟ୍ ବୁକ୍ କରାଇଥିଲେ । ସେଠାରେ କକା ଓ ଖୁଡି ଆମକୁ ନେବାକୁ ଅପେକ୍ଷା କରି ରହିଥିଲେ । ସେଠାରୁ ଆମେ ପୁରୀ ଯିବାକୁ ଯୋଜନା କରିଥିଲୁ । ମୋ ବାପା, ମା, ବଡ ଭାଇ ସମସ୍ତେ ଏହି ଟ୍ରେନ୍ ରେ ଯାତ୍ରା କରୁଥିଲୁ ।

ଟ୍ରେନ୍ ଦୁର୍ଘଟଣା ହେବା ପୁୂର୍ବରୁ ମୁଁ ମୋ ମା’ଙ୍କ କୋଳରେ ବସିଥିଲି । ହାଠାତ୍ ଏକ ଭୟଙ୍କର ଶବ୍ଦ ହେଲା ଓ ବଡ ଜୋରରେ ଧକ୍କା ଲାଗିଲା । ଏହାପରେ ଚାରିଆଡ ଅନ୍ଧାର ହୋଇଗଲା । ମୋର ଚେତା ବୁଡି ଯାଇଥିଲା । ଯେତେବେଳେ ମୋ ଚେତା ଫେରିଲା ଓ ମୁଁ ଆଖି ଖୋଲିଲି ସେତେବେଳେ ମୁଁ ନିଜକୁ ଶବ ଭିତରେ ଫସି ରହିଥିବାର ଦେଖିବାକୁ ପାଇଲି । ମୋର ବଡ ଭାଇ ଶୁଭାଶୀଷ ଯିଏ କି ୧୦ ଶ୍ରେଣୀରେ ପଢେ ସେ ଅନ୍ଧାରରେ ୨ ଦିନ ଧରି ଖୋଜି ଖୋଜି ଶେଷରେ ମୋତେ ଉଦ୍ଧାର କରିଥିଲା ।

 

 

Get real time updates directly on you device, subscribe now.