fbpx

ଟଙ୍କା ପାଇଁ ସ୍ୱାମୀଙ୍କୁ ମାରିଦେଲେ ମହିଳା, ଶବ ବି ଚିହ୍ନଟ କଲେ , ହେଲେ ସ୍ୱାମୀ ଖୋଲି କହିଦେଲେ ସବୁ କଥା

ଭୁବନେଶ୍ୱର: ଓଡିଶା ବାଲେଶ୍ୱରରେ ହୋଇଥିବା କରମଣ୍ଡଳ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ଏଥିରେ ୩୦୦ ପାଖାପାଖି ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି । ତେବେ ସରକାରୀ ସ୍ତରରେ ଏହି ସଂଖ୍ୟା ପ୍ରକାଶ ପାଇଥିବା ବେଳେ ବେସରକାରୀ ସ୍ତରରେ ଏହି ସଂଖ୍ୟା ଆହୁରି ଅଧିକ । ଏହି ଦୁର୍ଘଟଣାରେ ନିଜ ପ୍ରିୟ ପରିଜନଙ୍କୁ ହରାଇ ଆତ୍ମୀୟ ମାନେ ଭାଙ୍ଗି ପଡିଥିବା ବେଳେ ଏବେ କିନ୍ତୁ ଏହାକୁ ନେଇ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସୁଛି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ ଆହତ ହୋଇଥିବା ବ୍ୟକ୍ତିିଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । କିନ୍ତୁ ଏଥିରେ ବି ଏବେ ଧୋକାବାଜି ହେଉଥିବା ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ଏହି ଅନୁଗ୍ରହ ରାଶି ହାସଲ କରିବା ଲାଗି ନିଜ ସ୍ୱାମୀଙ୍କୁ ମୃତ ଘୋଷଣା କରିବାକୁ ପଛାଇ ନାହିଁ । ଆହୁରି ବଡ ଆଶ୍ଚର୍ଯ୍ୟର କଥା ମହିଳାଙ୍କ ସ୍ୱାମୀ ଏହି ମାମଲାକୁ ନେଇ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛନ୍ତି । ଏହି ଘଟଣା ପରେ ମହିଳା ଜଣକ କେଉଁଆଡେ ଫେରାର ହୋଇଯାଇଥିବା ଜଣାପଡିଛି ।

କଟକ ଜିଲ୍ଲା ମାଣିଆବନ୍ଧା ନିବାସୀ ଗୀତାଞ୍ଜଳୀ ଦତ୍ତ ଦାବୀ କରିଛନ୍ତି କି ୨ ଜୁନ୍ ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ତାଙ୍କ ପତିଙ୍କ ମୃତ୍ୟୁ ହୋଇ ଯାଇଥିଲା । ସେ ଏକ ଶବକୁ ନିଜ ପତି ଭାବରେ ମଧ୍ୟ ଚିହ୍ନଟ କରିଥିଲେ । ତେବେ ଫାଇଲ ପତ୍ର ଯାଞ୍ଚ କରିବା ପରେ ଜଣାପଡିଲା ଯେ ସେହି ମହିଳାଙ୍କ କଥା ମିଛ ଥିଲା ।

ପୋଲିସ କହିଛି ମହିଳାଙ୍କୁ ଚେତାବନୀ ଦିଆଯାଇ ଛାଡି ଦିଆଯାଇଛି । କିନ୍ତୁ ମହିଳାଙ୍କ ସମସ୍ୟା ସେବେ ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କ ପତି ବିଜୟ ଦତ୍ତ ମାଣିଆବନ୍ଧା ଥାନାରେ ଏହି ମାମଲାକୁ ନେଇ ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେ କହିଥିଲେ ତାଙ୍କ ପତ୍ନୀ ଗିରଫ ହେବା ଭୟରେ କେଉଁଆଡେ ଚାଲିଯାଇଛନ୍ତି । ତେବେ ବିଜୟ ଗତ ୧୩ ବର୍ଷ ଧରି ନିଜ ପତ୍ନୀଙ୍କ ଠାରୁ ଅଲଗା ରହୁଥିଲେ । ଏହାରି ମଧ୍ୟରେ ମୁଖ୍ୟ ଶସନ ସଚିବ ପିକେ ଜେନା ରେଳବାଇ ଓ ଓଡିଶା ପୋଲିସକୁ ଶବ ଉପରେ ମିଥ୍ୟା ଦାବୀ କରୁଥିବା ଲୋକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।

 

 

Get real time updates directly on you device, subscribe now.