ବଢିବ ପାରଦ, କମିବ ଜାଡ଼: ସୋମବାରରୁ ଥଣ୍ଡାରୁ ମୁକ୍ତି ପାଇବ ଓଡ଼ିଶା

ସୋମବାରରୁ ଶୀତ କମିବ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରବଳ ଥଣ୍ଡାରୁ ମୁକ୍ତି ପାଇବ ଓଡ଼ିଶା । ରାଜ୍ୟରେ ଆସନ୍ତା ସୋମବାରରୁ ଶୀତ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାରଦ ବୃଦ୍ଧି ପାଇବା ସହ ଥଣ୍ଡାର ପରିମାଣରେ ହ୍ରାସ ହେବ ବୋଲି ପାଣିପାଗ ବିଭାଗ ସଂକେତ ଦେଇଛି ।

ଆସନ୍ତା ସୋମବାରରୁ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ରୁ ୩ ଡଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡାର ପରିମାଣ କମ୍ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୨୪ ଘଣ୍ଟାରେ କେମିତି ରହିବ ଥଣ୍ଡା: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ସୋମବାରରୁ ପାରଦ ବଢିବା ସହ ଜାଡ଼ରୁ ମୁକ୍ତି ପାଇପାରେ ଓଡ଼ିଶା । ଲଗାତାର କିଛି ଦିନରୁ ବିଭିନ୍ନ ସହରରେ ଥଣ୍ଡାର ପରିମାଣ ଖୁବ ଅଧିକ ଅନୁଭୂତ ହୋଇଛି ।