fbpx

ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ତାତି, ବୌଦ୍ଧରେ ରେକର୍ଡ ହେଲା ଦିନର ସର୍ବୋଚ୍ଚ ତାପମାତ୍ରା, ୨୫ ସହରରେ ୪୦ ଉପରେ ତାପମାତ୍ରା

Advertisement

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଜାରି ରହିଛି ପ୍ରଚଣ୍ଡ ତାତି । ବାହାରକୁ ବାହାରିଲେ ଜଳିପୋଡି ଗଲା ଭଳି ଲାଗୁଛି । ଖରା ସାଙ୍ଗକୁ ଗରମ ହାୱା ପରିବେଶକୁ ଉତପ୍ତ କରି ଦେଉଛି । ସକାଳ ୮ଟାରୁ ମାଡ଼ି ଆସୁଥିବା ଅସହ୍ୟ ତାତିରୁ ସନ୍ଧ୍ୟା ୫ଟା ଯାଏଁ ନିସ୍ତାର ନାହିଁ । ଗତ କିଛି ଦିନ ହେବ ଓଡ଼ିଶାରେ ଖରା ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଦିନ ତମାମ ପୁରା ରାଜ୍ୟ ତତଲା ହାୱାରେ ଶୁଝୁଛି ।

ଆଜି ପୁଣି ଥରେ ତତଲା କଢେଇରେ ଭାଜି ହୋଇଛି ରାଜ୍ୟ । ଆଜି ୪୫ ଡ଼ିଗ୍ରୀ ସହିତ ବୌଦ୍ଧ ରାଜ୍ୟର ସବୁଠୁ ଉତପ୍ତ ସହର ପାଲଟିଛି । ସେହିପରି ଟ୍ୱିନ୍ ସିଟିରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୁତ ହୋଇଛି । ଭୁବନେଶ୍ୱରରେ ୩୯.୮ ଏବଂ କଟକରେ ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Image

ବାୟୁମଣ୍ଡଳରେ ବାୟୁ ପ୍ରବାହରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୪ ଦିନ ଅସହ୍ୟ ତାତି ଅନୁଭୁତ ହେବା ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚବନା ଦିଆଯାଇଛି । ସେହିଭଳି ଆଭ୍ୟନ୍ତରୀଣରେ ଆଗାମୀ ୪ ଦିନ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବ ତାତି । ଉପକୂଳ ଓଡ଼ିଶାରେ ମଧ୍ୟ କିଛି କିଛି ସ୍ଥାନରେ ସ୍ୱଭାବିକ ଠାରୁ ୨ ରୁ ୩ ଡ଼ିଗ୍ରୀ ଅଧିକ ରହିବ ଦିନ ତାପମାତ୍ରା ।

ରାଜ୍ୟର ୨୮ଟି ସହରରେ ତାପମାତ୍ରା ଆଜି ୪୦ ଡ଼ିଗ୍ରୀ ଉପରେ ରହିଛି । ୮ ସହରରେ ଦିନ ତାପମାତ୍ରା ୪୨ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ସୂଚନା ଦେଇଛି ।

Get real time updates directly on you device, subscribe now.