fbpx

ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସରେ ଓଡ଼ିଶାର ଜିଏସ୍‌ଟି ରାଜସ୍ୱ ୪୦% ବୃଦ୍ଧି

AAKASH

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସରେ ରାଜ୍ୟ ସେବା ଓ ଦ୍ରବ୍ୟ ଟିକସ ଜି.ଏସ୍‌.ଟି. ଓ ସମନ୍ୱିତ ଫଇସଲା ବାବଦକୁ ଓଡିଶା ପାଇଁ ଜିଏସ୍‌ଟି ରାଜସ୍ୱରେ ଶତକଡା ୪୦ ଭାଗ ବୃଦ୍ଧି ପାଇଛି। ଗତବର୍ଷ ଫେବୃୟାରୀ ମାସରେ ୧୨ ଶହ ୨୩ କୋଟିରୁ ଅଧିକ ଜିଏସ୍‌ଟି ଆଦାୟ ହୋଇଥିଲାବେଳେ ଚଳିତ ବର୍ଷ ଫେବୃଆରୀରେ ୧୭ ଶହ ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗୃହୀତ ହୋଇଛି। ସେହିପରି ଚଳିତ ଆର୍ଥିକ ବର୍ଷର ଫେବୃଆରୀ ମାସ ସୁଦ୍ଧା ୧୨ ହଜାର ୭୭୯ କୋଟି ଟଙ୍କା ମୋଟ୍ ରାଜ୍ୟ ଜିଏସ୍‌ଟି ସଂଗୃହୀତ ହୋଇଥିବା ରେକର୍ଡ କରାଯାଇଛି।

ତେବେ ଚଳିତ ବର୍ଷ ରାଜ୍ୟ ଜିଏସ୍‌ଟିରେ ମୋଟ୍ ୧୦.୧୯% ଅଭିବୃଦ୍ଧି ରେକର୍ଡ କରାଯାଇଛି। ଫେବୃଆରୀ ୨୦୨୩ ରେ ୪୫୧୯.୩୫ କୋଟି ଟଙ୍କା ରାଜସ୍ୱା ଅଦାୟ କରାଯାଇଥିଲା। ଯେତେବେଳେ କି ୨୦୨୨ରେ ଏହା ୪୧୦୧.୪୯ କୋଟି ଥିଲା। ଉଲ୍ଲେଖଯୋଗ୍ୟ ଚଳିତ ବଷ ଫେବୃଆରୀରେ ସଂଗ୍ରହ ହୋଇଥିବା ୪୫୧୯.୩୫ କୋଟି ଟଙ୍କା ଜିଏସ୍‌ଟି ଦ୍ୱିତୀୟ ସର୍ବାଧିକ ଅଟେ।

ସେହିପରି ଏହି ସମୟରେ ପେଟ୍ରୋଲ ଏବଂ ମଦରୁ ଭାଟ୍ ସଂଗ୍ରହ ଅଭିବୃଦ୍ଧି ଘଟି ୧୦୫୫.୨ କୋଟି ସଂଗ୍ରହ କରାଯାଇଛି। ଯାହା ଫେବୃଆରୀ ୨୦୨୨ ରେ ୨୬.୩୦% ଅଭିବୃଦ୍ଧି ହାର ସହିତ ୮୫.୫୨ କୋଟି ସଂଗ୍ରହ କରାଯାଇଥିଲା।

ତେବେ ରାଜ୍ୟରେ କିପରି ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଇବ ସେ ଦିଗରେ ଜିଏସ୍‌ଟି କମିଶନର ମଧ୍ୟ ପଦକ୍ଷେପ ନେଉଛନ୍ତି। ଯାହା ଦ୍ୱାରା ଚଳିତ ଆଥିକ ବର୍ଷରେ ୪୬,୦୯୦ ନୂତନ ଟିକସଦାତାଙ୍କ ପଞ୍ଜିକୃତ ହୋଇଛନ୍ତି। ଯାହାଫଳରେ ଫେବୃଆରୀ ୨୦୨୩ ମଧ୍ୟରେ ୱେବବିଲ୍‌ର ସଂଖ୍ୟା ମଧ୍ୟ ୨୦.୭୨% ବୃଦ୍ଧି ପାଇଛି । ଯାହା ବ୍ୟବସାୟିକ କାର୍ଯ୍ୟକଳାପରେ ଦୃଢ଼ ଅଭିବୃଦ୍ଧକୁି ସୂଚାଉଛି।

 

Get real time updates directly on you device, subscribe now.