fbpx

ପୋଲିସ ରଖିଲାନି ଏତଲା: ଲୋକସେବା ଭବନ ଆଗରେ ଫିନାଇଲ ପିଇଲେ ବୃଦ୍ଧ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ କିଛି ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଦପ୍ତର ଲୋକସେବା ଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥାନ୍ତି । ପ୍ରଶାସନଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ଅସନ୍ତୋଷ ବ୍ୟକ୍ତ କରି ଅନେକ ଗରିବ ଲୋକ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ଆଜି ଜଣେ ବୃଦ୍ଧ ବ୍ୟକ୍ତି ଲୋକସେବା ଭବନ ଆଗରେ ଫିନାଇଲ ପିଇ ଦେଇଛନ୍ତି ।

ସୂଚନା ମୁତାବକ, ଏହି ବୃଦ୍ଧଙ୍କର ନାମ ହେଉଛି ରବିନ୍ଦ୍ର ଦାସ । ତାଙ୍କର ଘର ଜଗତସିଂହପୁର ଜିଲ୍ଲାରେ । ରାଜଧାନୀର କଳିଙ୍ଗ ବିହାର ଅଞ୍ଚଳରେ ରବିନ୍ଦ୍ରଙ୍କର ଏକ ପାର୍ଲର ଦୋକାନ ରହିଥିଲା । ତେବେ କିଛିଦିନ ତଳେ ତାଙ୍କ ପାର୍ଲରରେ କାମ କରୁଥିବା ଜଣେ ପିଲା ତାଙ୍କ ଦୋକାନକୁ ହଡ଼ପ କରି ନେଇଥିଲା । ଏନେଇ ରବିନ୍ଦ୍ର ତମାଣ୍ଡୋ ଥାନାରେ ଏତଲା ଦାୟର କରିବାକୁ ଯାଇଥିଲେ ।

ମାତ୍ର ପୋଲିସ ତାଙ୍କର ଏତଲା ଗ୍ରହର କରିନଥିବା ରବିନ୍ଦ୍ର ଅଭିଯୋଗ କରିଛନ୍ତି । ତେଣୁ ବାଧ୍ୟ ହୋଇ ରବିନ୍ଦ୍ର ଆଜି ଲୋକସେବା ଭବନ ଆଗରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ରବିନ୍ଦ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Get real time updates directly on you device, subscribe now.