fbpx

ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗ; ଥାନାରେ ହାଜର ହେଲେ ଟୁଟୁ ନାୟକ

Advertisement

ଓଡିଶା ଭାସ୍କର; ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଅଭିଯୋଗରେ ଥାନାରେ ହାଜର ହେଲେ ଓଡ଼ିଆ ସିନେ ପ୍ରଯୋଜକ ଟୁଟୁ ନାୟକ । ବର୍ତ୍ତମାନ ସେ ଖାରବେଳନଗର ଥାନାରେ ହାଜର ହୋଇଥିବା ଦେଖିବାକୁ ମିଳିଛି । କିଛି ସମୟ ପୂର୍ବରୁ ଏହି ଘଟଣାକୁ ନେଇ ନିଜ ଆଡ଼ୁ ଆଉ ଏକ ମାମଲା ରୁଜୁ କରିଥିଲେ ମହିଳା କମିଶନ ।

ସୂଚନା ଥାଉ କି, ମହିଳା ସମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ ଗତକାଲି ଟୁଟୁଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଏ ନେଇ ପରେ ଟୁଟୁ ନାୟକ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । କିନ୍ତୁ ଆଜି ମହିଳା କମିଶନ ନିଜଆଡ଼ୁ ଏ ଘଟଣାରେ ଏକ ମାମଲା ରୁଜୁ କରିଛନ୍ତି । ପୁଲିସ କମିଶନରଙ୍କୁ ଏ ନେଇ ଜବାବ ତଲବ କରିବା ସହ ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଟୁଟୁ ଆଗରୁ ଅନେକ ବିବାଦରେ ଛନ୍ଦି ହୋଇ ରହିଛନ୍ତି । ତାଙ୍କ ବିରୋଧରେ କାଷ୍ଟିଂକାଉଚ ଏବଂ ମହିଳା ସାମ୍ବାଦିକଙ୍କ ଉପରେ ହାତ ଉଠାଇବା ଭଳି ସଙ୍ଗୀନ ଅଭିଯୋଗ ରହିଛି ।

Get real time updates directly on you device, subscribe now.