ନଦୀରେ ନିଆରା ହେବ ଅଲମ୍ପିକ୍ସ ଉଦଘାଟନୀ ସମାରୋହ: ଜମିବ ମାହୋଲ, ଲେଡି ଗାଗା ଗାଇବେ, ନଚାଇବେ, ରାତି ୧୧ ଟାରୁ ଝୁମିବ ବିଶ୍ୱ

ଓଡିଶା ଭାସ୍କର: ପ୍ୟାରିସ ଅଲମ୍ପିକ୍ସର ଉଦଘାଟନୀ ସମାରୋହ ଆଜି ମାନେ ୨୬ ଜୁଲାଇ, ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ, ଉଦଘାଟନୀ ପୂର୍ବରୁ କେତେଗୁଡାଏ ଖେଳର ଆରମ୍ଭ ହୋଇ ସାରିଛି । ଭାରତ ତାହାର ଅଭିଯାନ ୨୫ ଜୁଲାଇରୁ ଆରମ୍ଭ କରି ସାରିଛି । ଭାରତ ତୀରନ୍ଦାଜୀ ସହ ନିଜ ଅଭିଯାନ ଆରମ୍ଭ କରିଥିଲା । ମାତ୍ର, ଉଦଘାଟନ ଆଜି ହେବାକୁ ଯାଉଛି । ଖେଳର ମହାକୁମ୍ଭ ପ୍ୟାରିସ୍ ଅଲମ୍ପିକ୍ସର ଉଦଘାଟନୀ ସମାରୋହରେ ବଡ ବଡ ବ୍ୟକ୍ତିତ୍ୱ ନଜର ଆସିବେ । ଏହି ଉତ୍ସବରେ ଲେଡି ଗାଗାଙ୍କ ନାଁ ଏବେ ସବୁଠୁ ଚର୍ଚ୍ଚାରେ ରହିଛି ।

ଋିପୋର୍ଟ ଅନୁସାରେ, ପ୍ରସିଦ୍ଧ ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗାଙ୍କ ଗୀତରେ ସାରା ବିଶ୍ୱ ଝୁମିବ । ଭାରତୀୟ ସମୟ ରାତି ୧୧ ଟାରେ ଏହା ଆରମ୍ଭ ହେବାକୁ ଯାଉଛି । ଅଲମ୍ପିକ୍ସ ଇତିହାସରେ ପ୍ରଥମଥର ଉଦଘାଟନୀ ସମାରୋହ ଷ୍ଟାଡିୟମ୍‌ରେ ନ ହୋଇ ନଦୀ ମଧ୍ୟରେ ହେବ । ସିନ ନଦୀରେ ଏହା ଅନୁଷ୍ଠିତ ହେବାକୁ ଯାଉଛି । ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବ ବେଶ୍ ନିଆରା ହେବେ ନଦୀ ମଧ୍ୟରେ । ଭାରତରେ ପ୍ୟାରିସ ଅଲମ୍ପିକ୍ସର ସିଧାପ୍ରସାରଣ ଜଣେ ସ୍ପୋଟର୍ସ ୧୮ (sports 18) ରେ ଦେଖିପାରିବ । ଏହାବାଦ ଉଦଘାଟନୀ ସମାରୋହ ଜିଓ ସିନେମାରେ ମଧ୍ୟ ପ୍ରସାରିତ ହେବାକୁ ଯାଉଛି ।

Get real time updates directly on you device, subscribe now.