fbpx

ଓମିକ୍ରନ: ଡେଲ୍ଟା ତୁଳନାରେ ଅଧିକ ସଂକ୍ରାମକ ହେଉଛି ଓମିକ୍ରନ, ଭାକ୍ସିନ ମଧ୍ୟ କମ୍ ପ୍ରଭାବୀ, କିନ୍ତୁ…

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ମହାମାରୀ । ଏମିତିକି ଦୈନିକ ସଂକ୍ରମଣ ୪ ଲକ୍ଷରୁ ଅଧିକ ହୋଇଛି । ତେବେ ମେଦାନ୍ତ ହସ୍ପିଟାଲର ବରିଷ୍ଠ ଡାକ୍ତର ଡା. ଅରବିନ୍ଦ କୁମାର ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କୋଭିଡ-୧୯ର ଓମିକ୍ରନ ଭାରିଆଣ୍ଟ ଅଧିକ ସଂକ୍ରାମକ ହେଉଛି । ଅବଶ୍ୟ ଏହା ଡେଲ୍ଟା ତୁଳନାରେ କମ ମାରାତ୍ମକ । ଗଣମାଧ୍ୟମକୁ ସୂଚନା ଦେଇ ଡା. କୁମାର କହିଛନ୍ତିି, ଡେଲ୍ଟା ଭାରିଆଣ୍ଟରେ ଫୁସଫୁସ୍ ସମସ୍ୟା ଅଧିକ ଥିଲା ଫଳରେ ଡେଲ୍ଟାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ଅକ୍ସିଜେନର ଆବଶ୍ୟକତା ପଡ଼ୁଥିଲା । ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ ଓମିକ୍ରନ ଡେଲ୍ଟାଠାରୁ ଅଧିକ ଶୀଘ୍ର ସଂକ୍ରମିତ ହେଉଛି କିନ୍ତୁ ତାହା ତୁଳନାରେ କମ୍ ପ୍ରଭାବୀ, କିନ୍ତୁ ଓମିକ୍ରନ ଉପରେ ଭାକ୍ସିନ ପ୍ରଭାବ ମଧ୍ୟ ପଡ଼ୁନାହିଁ ।

ସେ କହିଛନ୍ତି କୋଭିଡ ସଂକ୍ରମଣର ବଢ଼ୁଛି ଏବଂ ଲୋକମାନେ ଗମ୍ଭୀର ରୋଗରେ ମଧ୍ୟ ହେଉଛି, କିନ୍ତୁ ଏପର୍ଯ୍ୟନ୍ତ ଆଇସିୟୁରେ ଭର୍ତ୍ତି ଅକ୍ସିଜେନର ଆବଶ୍ୟକତା ଯୋଗୁଁ ମୃତ୍ୟୁର ସେତେ ଅଧିକ ମାମଲା ସାମ୍ନାକୁ ଆସିନାହିଁ ଯାହା ଦ୍ୱିତୀୟ ଲହର ସମୟରେ ଆସିଥିଲା । ଭାରତରେ କରୋନା ଭାଇରସ ୨୩୬ ଦିନରେ ସବୁଠାରୁ ଅଧିକ ୨,୪୭,୪୧୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରୁ ୫,୪୮୮ ଓମିକ୍ରନ୍ ଆକ୍ରାନ୍ତ ରହିଛନ୍ତି । ଏହା ସହ ଦେଶରେ ମହାମାରୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୬୩,୧୭,୯୨୭ ହୋଇଛି ।

Get real time updates directly on you device, subscribe now.