fbpx

ଗ୍ୟାସ ସିଲିଣ୍ଡର୍ ବୁକ୍ କଲେ ମିଳିବ ୧୦ହଜାର ଟଙ୍କାର ସୁନା ଜିତିବାର ମଉକା, ଜାଣନ୍ତୁ କଣ ରହିଛି ଦୁର୍ଗା ପୂଜା ଅଫର୍

ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡରର ଦାମ୍ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ୁଛି । ବର୍ତ୍ତମାନ ପେଟ୍ରୋଲ-ଡିଜେଲ୍ ଦର ମଧ୍ୟ ବଢ଼ିଚାଲିଛି । ତେଣୁ ବିଭିନ୍ନ ଜିନିଷର ଦରଦାମ୍ ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ତେବେ ଏହା ଭିତରେ ଗ୍ୟାସ ସିଲିଣ୍ଡର ବୁକିଂ କରିବା ଦ୍ୱାରା ୧୦୦୦୦ ଟଙ୍କାର ସୁନା ଜିତିବାର ମଉକା ମିଳୁଛି । ତେବେ ଆଜି ଆମେ ଆପଣଙ୍କୁ କହିବୁ କିପରି ଗ୍ୟାସ ସିଲିଣ୍ଡର ବୁକିଂ କରିବା ଦ୍ୱାରା ସୁନା ଜିତିପାରିବେ । ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଗ୍ୟାସ ଲିମିଟେଡ୍ (ଏଚପିସିଏଲ୍) ନିଜ ଗ୍ରାହକଙ୍କ ପାଇଁ ନବରାତ୍ର ଅବସରରେ ଖୁସି ଖବର ଆଣିଛି ।

କମ୍ପାନୀ ନିଜର ଟୁଇଟର୍ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି । ଟୁଇଟ୍ ମାଧ୍ୟମରେ କୁହାଯାଇଛି ଯେ, ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର୍ କିଣିବା ଉପରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁନା ଜିତିବାର ମଉକା ଦିଆଯାଉଛି । ତେବେ ଏହି ଅଫର୍ ଖୁବ୍ କମ୍ ଦିନ ପାଇଁ ରହିଛି । ଯଦି ୟୁଜର୍ସ ମାନେ ଅନଲାଇନ ପେମେଣ୍ଟ ସର୍ଭିସ୍ ପେଟିଏମ୍ ଜରିଆରେ ଗ୍ୟାସ ବୁକିଂ କରନ୍ତି ତେବେୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁନା ଜିତିବାର ସୁଯୋଗ ମିଳିବ ।

ଏହି ଅଫର୍ ଅକ୍ଟୋବର ୭ରୁ ୧୬ ତାରିଖ ପର୍ଯ୍ୟନ୍ତ ବୈଧ ରହିଛି ଅର୍ଥାତ୍ ଏହି ଅଫରର ଫାଇଦା ଉଠାଇବା ପାଇଁ ଆଉ ମାତ୍ର ଦୁଇଦିନର ସମୟ ଆପଣଙ୍କ ପାଖରେ ରହିଛି । ନବରାତ୍ର ଗୋଲ୍ଡ ଅଫର୍ ଅଧୀନରେ ପ୍ରତିଦିନ ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କ ଚୟନ କରାଯିବ । ଏହାପରେ ବିଜେତାଙ୍କୁ ପେଟିଏମ୍ ପକ୍ଷରୁ ୧୦ହଜାର ଟଙ୍କାର ୨୪ କ୍ୟାରେଟ୍ ଗୋଲ୍ଡ ଦିଆଯିବ । ତେବେ ଖାଲି ସୁନା ନୁହେଁ ବରଂ ଆପଣ ମାନଙ୍କୁ ୧୦ ହଜାର ଟଙ୍କାର ସୁନା ସହିତ ୧୦୦୦ ଟଙ୍କାର କ୍ୟାସବ୍ୟାକ୍ ପଏଣ୍ଟ୍ସ ମଧ୍ୟ ଦିଆଯାଉଛି ।

Get real time updates directly on you device, subscribe now.