fbpx
BJD SKY
BJD SKY

Video: ଜିମ୍ ଉପକରଣ ପାଇଁ ଲଢେଇ ଲାଗିଗଲେ ମହିଳା, ସିସିଟିଭିରେ କଏଦ ହେଲା ଭିଡିଓ

BJD

ଜିମରେ ବ୍ୟାୟାମ କରିବା ସମୟରେ ସାଧାରଣତଃ ଅସାବଧାନତା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଏଭଳି ଜାଗାରେ ଝଗଡା ଲାଗିବ ଆହୁରି ଭୟାନକ ହୋଇପାରେ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଏକ ଜିମରେ ଦୁଇ ଜଣ ମହିଳା ଜୋରଦାର ମାରପିଟ ଲାଗିଛନ୍ତି। ମହିଳାମାନଙ୍କ ମଧ୍ୟରେ ଝଗଡ଼ାକୁ ପ୍ରାୟତ କ୍ୟାଟଫାଇଟ୍ କୁହାଯାଏ। ଏବଂ ଏହିପରି ଏକ କ୍ୟାଟଫାଇଟର ଏକ ଭିଡିଓ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି।

ଏହି କ୍ଲିପ୍‌ରେ ଦୁଇଜଣ ମହିଳା ଜିମରେ ସ୍ମିଥ୍ ମେସିନ୍ ବ୍ୟବହାରକୁ ନେଇ ଲଢ଼ୁଥିବା ଦେଖାଯାଇଛି। ଟ୍ୱିଟରରେ ପୋଷ୍ଟ ହୋଇଥିବା ବର୍ତ୍ତମାନ ଭାଇରାଲ୍ କ୍ଲିପ୍ ରେ ଦେଖିବାକୁ ମିଳୁଛି ଯେ, କଳା ଟି-ସାର୍ଟରେ ପିନ୍ଧିଥିବା ଜଣେ ମହିଳା ଜିମ୍ ଉପକରଣ ବ୍ୟବହାର କରିବାକୁ ଅପେକ୍ଷା କରିଛନ୍ତି। ମହିଳା ଜଣକ ସୁଯୋଗ ପାଇବା ମାତ୍ରେ ସବୁଜ ଏହାକୁ ବ୍ୟବହାର କରିବାକୁ ଯାଉଥିବା ବେଳେ ଅନ୍ୟ ଜଣେ ମହିଳା ଆସିବରୁ ଦୁହିଁଙ୍କ ମଧ୍ୟରେ ଦ୍ଵନ୍ଦ ଉପୁଜିଥିଲା। ଏହାପରେ ଦୁହେଁ ମାରପିଟରେ ମାତି ଯାଇଥିଲେ।

କିଛି ସେକେଣ୍ଡ ମଧ୍ୟରେ ବଢିଯାଇଥିଲା। କାରଣ ଉଭୟ ପରସ୍ପରକୁ ଚାପୁଡ଼ା ମାରିବା ଏବଂ ଛୁଟି ଟଣାଟଣି କରିବାରେ ଲାଗି ଯାଇଥିଲେ। ଜିମରେ ଥିବା ଅନ୍ୟମାନେ ଏମାନଙ୍କୁ ଶାନ୍ତ କରିବାକୁ ଦୌଡ଼ି ଆସିଥିଲେ। ଏହି ଘଟଣା ଜିମରେ ଥିବା ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ ହୋଇଛି। ତେବେ ଏହି କ୍ଲିପ୍ କେଉଁଠିକଣାର ଏହା ଜଣା ପଡ଼ିନାହିଁ।

Get real time updates directly on you device, subscribe now.