fbpx
BJD SKY
BJD SKY

ଆଜି ଲକ୍ଷ୍ମୀ ଗଣେଶଙ୍କ ପୂଜାର କ’ଣ ରହିଛି ଶୁଭ ମୁହୂର୍ତ୍ତ ଓ ଏହା କେତେ ସମୟ ପର୍ଯ୍ୟନ୍ତ ରହିବ ଜାଣି ନିଅନ୍ତୁ

BJD

ଓଡ଼ିଶା ଭାସ୍କର:ଆଜି ପବିତ୍ର ଦୀପାବଳି । ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଇଥାଏ । ଆଜିର ଦିନରେ ବିଶେଷ କରି ମା’ ଲକ୍ଷ୍ମୀଙ୍କ ସହିତ ଭଗବାନ ଶ୍ରୀଗଶେଣଙ୍କୁ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି ଆଜିର ଦିନରେ ସଠିକ୍ ମୁହୂର୍ତ୍ତରେ ମା’ ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ବର୍ଷ ସାରା ତାଙ୍କ କୃପା ମିଳିଥାଏ ଓ ଜୀବନରେ ଧନର ଅଭାବ ରହେ ନାହିଁ । ଏହି କ୍ରମରେ ଆସନ୍ତୁ ଜାଣିବା ଆଜି ମା’ ଲକ୍ଷ୍ମୀଙ୍କ ପୂଜା ଲାଗି କେଉଁ ମୁହୂର୍ତ୍ତ ସବୁଠାରୁ ଅଧିକ ଶୁଭ ଓ ଏହି ଶୁଭ ମୁହୂର୍ତ୍ତ କେତେ ସମୟ ପର୍ଯ୍ୟନ୍ତ ରହିବ ।

ଦୀପାବଳିରେ ପୂଜା ଲାଗି ୩ ମୁହୂର୍ତ୍ତ ରହିଛି । କିନ୍ତୁ ମା’ ଲକ୍ଷ୍ମୀଙ୍କ ପୂଜା ଲାଗି ସବୁଠାରୁ ଶୁଭ ମୁହୂର୍ତ୍ତ ଆଜି ୧୨ ନଭେମ୍ବର ରବିବାର ସନ୍ଧ୍ୟା ୫ଟା ୩୦ମି.ରୁ ସନ୍ଧ୍ୟା ୭ଟା ୩୫ ମି. ପର୍ଯ୍ୟନ୍ତ ରହିଛି । ଏହି ମୁହୂର୍ତ୍ତର ମୋଟ ଅବଧି ଏକ ଘଣ୍ଟା ୫୬ ମିନିଟ୍ । ଏହି ମୁହୂର୍ତ୍ତରେ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ପୂଜାର ସବୁଠାରୁ ଅଧିକ ମହତ୍ତ୍ୱ ରହିଛି । ସେହିପରି ନିଶିଥ କାଳର ମୁହୂର୍ତ୍ତ ଆଜି ରାତି ୧୧ଟା ୩୯ ମି.ରୁ ୧୩ ତାରିଖ ୧୨ଟା ୩୨ ପର୍ଯ୍ୟନ୍ତ ରହିଛି । ଏହି ମୁହୂର୍ତ୍ତରେ ମା’ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରିବା ଦ୍ୱାରା ବହୁ ଶୁଭଫଳ ମିଳିଥାଏ ।

Get real time updates directly on you device, subscribe now.