fbpx
BJD SKY
BJD SKY

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୃତ, ମୁଣ୍ଡ ଉପରେ ଲାଗିଥିଲା ୫୦ ହଜାର ଟଙ୍କା ପୁରସ୍କାର

BJD

ମଥୁରା: ଗତ ରାତିରେ ମଥୁରା ପୋଲିସର ଏକ ଦୁର୍ଦ୍ଦାନ୍ତ ଅପରାଧ ସହ ସାମ୍ନାସାମ୍ନି ହୋଇଥିଲା । ଏହି ସମୟରେ ଅପରାଧୀକୁ କାବୁ କରିବା ପାଇଁ ପୋଲିସ ଟିମ୍‌କୁ ଗୁଳି ଚଳାଇବାକୁ ପଡିଥିଲା । ଏଥିରେ ଅପରାଧୀର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଗତକାଲି ବିଳମ୍ବିତ ରାତ୍ରୀରେ ଏସ୍‌ଓଜି ଟିମ୍ ଓ ଥାନା ହାଇୱେ ପୋଲିସ ସହିତ ଦୁର୍ଦ୍ଦାନ୍ତ ଅପରାଧୀ ଫାରୁଖର ସାମ୍ନାସାମ୍ନି ହୋଇଥିଲା । ଏଥିରେ ପୋଲିସର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାରୁକ ଉପରେ ଗୁଳି ଚଳାଇବାକୁ ପଡିଥିଲା । ଫାରୁକ ଶରୀରରେ ଗୁଳି ବାଜିବା ପରେ ସେ ସେହିଠାରେ ପଡିଯାଇଥିଲା । ଏହାପରେ ପୋଲିସ ତାକୁ ହସ୍ପିଟାଲ ନେଇଯାଇଥିଲେ । ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

ଫାରୁକ୍ ହତ୍ୟା, ଲୁଟ୍‌, ମାରପିଟ୍ ପରି ମାମଲାରେ ବାରମ୍ବାର ପୋଲିସ ହାତରୁ ଖସି ଯାଉଥିଲା । ଗତ ୩ ନଭେମ୍ବରରେ ଫାରୁକ ମୋହସିନ ନାମକ ଜଣେ ଡ୍ରାଇଭର ସହ ମିଶି ଗୁରୁ କୃପାବିଳାସ ନାମକ କଲୋନୀରେ ପଶି କଳ୍ପନା ଅଗ୍ରୱାଲ ନାମକ ଜଣେ ମହିଳାଙ୍କୁ ହତ୍ୟା କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରି ଗୁରୁତର କରିଦେଇଥିଲେ । ଏହାପରେ ଘରୁ ସମସ୍ତ ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲା । ବହୁଦିନରୁ ପୋଲିସ ତାର ସନ୍ଧାନରେ ଥିଲା । ତା ମୁଣ୍ଡ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଅପରାଧୀ ନିକଟରୁ ବିପୁଳ ମାତ୍ରାରେ ନଗଦ ରାଶି, ସୁନା ଗହଣା ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

Get real time updates directly on you device, subscribe now.