fbpx
BSKY
BJD MC SKY
BJD YOUTH SKY

ବଡ଼ ନିଷ୍ପତ୍ତି: ୧ ଲକ୍ଷ ୭୮ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଯଦି ଆପଣମାନେ ସରକାରୀ ଚାକିରି ଅପେକ୍ଷାରେ ରହିଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ୧ ଲକ୍ଷ ୭୮ ହଜାରରୁ ଅଧିକ ଶିକ୍ଷକ ପଦ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଦେଶର ଯୁବପୀଢ଼ିଙ୍କ ପାଇଁ ଚାକିରି ସୁବିଧା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା ମାଧ୍ୟମରେ ୧୦ ଲକ୍ଷ ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଉଛି ।

ତେବେ ଏହା ମଧ୍ୟରେ ବିହାର କ୍ୟାବିନେଟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ୧.୭୮ ଲକ୍ଷ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ବେଳେ ଶିକ୍ଷକ ନିଯୁକ୍ତିକୁ ନେଇ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ଲୋକ ସେବା ଆୟୋଗ ମୋଟ ୧ ଲକ୍ଷ ୭୮ ହଜାର ୨୬ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିବେ ।

ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟର ସମସ୍ତ ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଖବର । ଦୀର୍ଘଦିନ ଧରି ସରକାରୀ ଚାକିରି ଅପେକ୍ଷାରେ ରହିଥିବା ନିମ୍ନ ମଧ୍ୟବିତ୍ତ, ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ବେଶ୍ ଉପକୃତ ହୋଇ ପାରିବେ । ତେବେ ପ୍ରାଥମିକ, ମଧ୍ୟ, ମାଧ୍ୟମିକ ଓ ଉଚ୍ଚତର ମାଧ୍ୟମିକ ସ୍କୁଲମାନଙ୍କରେ ଏହି ସମସ୍ତ ପଦ ପୂରଣ କରାଯିବ । ଶିକ୍ଷକଙ୍କୁ ସରକାରଙ୍କ ପକ୍ଷରୁ ଟ୍ରେଜେରୀ ମାଧ୍ୟମରେ ବେତନ ପ୍ରଦାନ କରାଯିବ ।

Get real time updates directly on you device, subscribe now.