fbpx

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Advertisement

ଭୁବନେଶ୍ୱର, ୧୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକଙ୍କ ବୟସ ୭୫ ବର୍ଷ ବୟସ ହୋଇଥିବା ବେଳେ ସେ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୯୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୭୭ଜଣ ସୁସ୍ଥ ହୋଇଛନ୍ତି ଓ ୫ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୬୯୬ ଆକ୍ଟିଭ କେସ୍ ରହିଛି ।

Get real time updates directly on you device, subscribe now.