fbpx

ଗୁଳିମାଡ଼ରେ କନେଷ୍ଟବଳ ମୃତ

ଢ଼େଙ୍କାନାଳ, ୧୪ା୩(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସଦର ଥାନା ଚାଉଳିଆଖମାର ଗାଁରେ ଗୁଳିକାଣ୍ଡ ଘଟିଛି । ଗୁଳିମାଡ଼ରେ ଆଇଆରବି କନେଷ୍ଟବଳ ରାମ ଚନ୍ଦ୍ର ସାହୁଙ୍କର ମୃତ୍ୟୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ତାଙ୍କୁ କଟକ ସ୍ଥିତ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଗୁଳିକାଣ୍ଡର ଅଭିଯୁକ୍ତ ଚାଉଳିଆଖମାର ଗାଁର ଶ୍ରୀକାନ୍ତ ସାହୁ ଫେରାର ହୋଇଥିବା ନେଇ ସୂଚନା ରହିଛି । ସାମାନ୍ୟ ବଚସାରୁ ଗୁଳିମାଡ଼ କରିଥିବା ପୋଲିସ ତଦନ୍ତ କରି ସୂଚନା ଦେଇଛି ।

Get real time updates directly on you device, subscribe now.