ଗୋଟେ ଫୋନ କଲ୍ ବଦଳାଇ ଦେଲା ବିମାନର ଗତିପଥ
ହଠାତ୍ ମଝି ଆକାଶରୁ ଫେରି ଆସିଲା ବିମାନ। ଗୋଟେ ଫୋନ କଲ ବିମାନ ଲ୍ୟାଣ୍ଡ କରେଇବାକୁ ବାଧ୍ୟ କରିଦେଲା। କିଏ ସେ ବ୍ୟକ୍ତି, ଯାହାଙ୍କ କଥାରେ ମଝି ଆକାଶରୁ ବିମାନ ଫେରି ଆସିଲା। ଆଉ କାହିଁକି
ମୁମ୍ୱାଇ: ମଝି ଆକାଶରୁ ଫେରି ଆସିଲା ବିମାନ। ଗୋଟେ ଫୋନ କଲ ବିମାନକୁ ଲ୍ୟାଣ୍ଡ କରେଇବାକୁ ବାଧ୍ୟ କରିଦେଲା। ତାହା ପୁଣି ଜଣେ ପୂର୍ବତନ ମନ୍ତ୍ରୀଙ୍କ କଥାରେ। ଆମେ ଏଠି କହି ରଖିବା ପାଇଁ ଚାହିଁବୁ କି ଏହି ବିମାନକୁ ୬୮ ଲକ୍ଷ ଟଙ୍କା ଦେଇ ବୁକିଂ କରାଯାଇଥିବା ସତ୍ତ୍ୱେ ଉଡ଼ାଣ ଭରିପାରିଲା ନାହିଁ।
ତେବେ ଯାହାଙ୍କ ଫୋନ କଲରେ ବିମାନ ମଝି ଆକାଶରୁ ଫେରିଆସିଲା, ସେ ଆଉ କେହି ନୁହଁନ୍ତି ବରଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଶିବସେନା ନେତା ତାନାଜୀ ସାୱନ୍ତ।
କାହିଁକି ଏମିତି କଲେ ପୂର୍ବତନ ମନ୍ତ୍ରୀ: ଘଟଣାଟି ଫେବୃଆରୀ ୧୦ ତାରିଖର ବୋଲି ଜଣା ପଡିଛି। ଏକ ବିମାନ ଯାହାକି ଅପରାହ୍ନ ପ୍ରାୟ ୪ଟା ୩୦ମି. ସମୟରେ ପୁଣେ ବିମାନବନ୍ଦରରୁ ବ୍ୟାଙ୍କକ୍ ପାଇଁ ଉଡ଼ାଣ ଆରମ୍ଭ କରିବାର ଥିଲା।
ଆଉ ବିମାନ ମଧ୍ୟ ଉଡ଼ାଣ ଭରି ସାରିଥିଲା। ହେଲେ ପୂର୍ବତନ ମନ୍ତ୍ରୀଙ୍କ ଫୋନ କଲ ପାଇଁ ବିମାନଟି ପୁନେ ବିମାନ ବନ୍ଦରକୁ ଫେରିଆସିଥିଲା। ଆଉ ଏହା ପଛରେ ଥିଲା ଏକ ବଡ଼ କାରଣ। ଆଉ ସେହି କାରଣଟି ହେଉଛି ଏହି ବିମାନରେ ଥିଲେ ପୂର୍ବତନ ମନ୍ତ୍ରୀ ତାନାଜୀ ସାଓ୍ୱନ୍ତଙ୍କ ପୁଅ ରିସିରାଜ।
କ’ଣ ଥିଲା କାରଣ: ତେବେ ଏଠି ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ କି ଯଦି ବି ତାନାଜୀଙ୍କ ପୁଅ ବ୍ୟାଙ୍କକ୍ ଯାଉଥିଲେ ତାହାଲେ ବିମାନକୁ କାହିଁକି ଫେରାଇ ଆଣିଲେ ପୂର୍ବତନ ମନ୍ତ୍ରୀ।
ତେବେ ଘଟଣାଟି ହେଉଛି ପୂର୍ବତନ ମନ୍ତ୍ରୀଙ୍କ ପୁଅ ବନ୍ଧୁମାନଙ୍କ ସହ ଲୁଚିଲୁଚି ବ୍ୟାଙ୍କକକୁ ଏକ ଚାର୍ଟାର୍ଡ ବିମାନରେ ଯିବାର ଯୋଜନା କରିଥିଲେ। ଏଥିପାଇଁ ସେ ୬୮ ଲକ୍ଷ ଟଙ୍କା ଦେଇ ୧୮ଟି ସିଟ୍ ବିଶିଷ୍ଟ ଏକ ବିମାନ ବୁକ୍ କରିଥିଲେ।
ବିମାନ ଉଡ଼ାଣ ଭରି ସାରିଥିଲା। ହେଲେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ହିଁ ଜଣେ ଅଜଣା ବ୍ୟକ୍ତି ମନ୍ତ୍ରୀଙ୍କୁ ଫୋନ୍ କରି ପୁଅର ଅପହରଣ କଥା ଜଣାଇଥିଲେ। ମନ୍ତ୍ରୀ ଅପହରଣ ଖବର ଶୁଣିବା ପରେ ଭୟଭୀତ ହୋଇ ତୁରନ୍ତ ପୁଣେ ପୋଲିସ କମିଶନରଙ୍କ ପାଖକୁ ଯାଇଥିଲେ।
ତେବେ ମାମଲାଟି ହାଇପ୍ରୋଫାଇଲ୍ ହୋଇଥିବାରୁ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଟିସି, ପାଇଲଟଙ୍କୁ ପୁଣେ ବିମାନବନ୍ଦରକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲା।
ପ୍ରଥମେ ପାଇଲଟ୍ ଏଟିସିର ଏହି କଲକୁ ଗୁଜବ ବୋଲି ଭାବିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଡିଜିସିଏ ଠାରୁ ସୂଚନା ପାଇବା ପରେ ସେ ବିମାନକୁ ପୁନେ ଫେରାଇ ଆଣିଥିଲେ।