fbpx

ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ

ଶ୍ରୀନଗର,୧୭ ।୮: ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଆଜି ବାରାମୂଳା ଜିଲ୍ଲାର କ୍ରିଡରୀ ଅଞ୍ଚଳରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ସିଆରପିଏଫ ଜବାନ ଥିବା ବେଳେ ଅନ୍ୟ ଜଣେ ଜମ୍ମୁ-କାଶ୍ମୀର ପୋଲିସର ଏସପିଓ ଥିବା ଜଣାପଡିଛି । ଆତଙ୍କବାଦୀଙ୍କୁ ବାକୁ କରିବା ପାଇଁ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଯବାନ ।

Get real time updates directly on you device, subscribe now.