fbpx

ଏକ ତରଫା ପ୍ରେମ ନେଲା ଭାଇର ଜୀବନ, ସାଙ୍ଗ ସାଜିଥିଲେ ଷଡଯନ୍ତ୍ରକାରୀ

AAKASH

ବାଲିପାଟଣା: ରାତି ପାହିଲେ ହୋଇଥାନ୍ତା ଭଉଣୀର ବାହାଘର। ଘରେ ଭରି ରହିଥିଲେ ବନ୍ଧୁବାନ୍ଧବ ଖୁସି ଓ କୋଳାହଳରେ ପୁରି ଉଠୁଥିଲା ଘର। କିନ୍ତୁ ଖୁସି ଭିତରେ ଛାଇଗଲା ଦୁଖଃର କଳା ବାଦଲ। ଭଉଣୀର ସବାରି ବଦଳରେ ଉଠିଲା ଭାଇର କୋକେଇ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ବାଲିପାଟଣା ଶିଶିଲୋର ଗ୍ରାମରେ। ସେହି ଗ୍ରାମର ଆଶିଷ ଓଝାର ଭଉଣୀକୁ ଏକ ତରଫା ପ୍ରେମ କରୁଥିଲା ରାଜକିଶୋର ଦାଶ ଓରଫ ରାଜା ଯାହାକୁ ବିରୋଧ କରୁଥିଲେ ଆଶିଷ । ତେଣୁ ଭାଇକୁ ରାସ୍ତାରୁ ହଟେଇବାକୁ ହୋଇଥିଲା ମାଷ୍ଟର ପ୍ଲାନ। ଏଥିରେ ରାଜାକୁ ସହଯୋଗ କରିଥିଲା ଆଶିଷର ବନ୍ଧୁ ରାକେଶ ଓ ଦୁର୍ଯୋଧନ।

ଏବେ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏକ ତରଫା ପ୍ରେମରେ ବିଫଳ ହେବା ପରେ ଭାଇକୁ ଘରୁ ଡାକି ନେଇ ହତ୍ୟା କରିଥିଲା ରାଜା। ଘଟଣା ଦିନ ରାତିରେ ଆଶିଷକୁ ଫୋନ କରି ଡାକିନେଇଥିଲା ବନ୍ଧୁ ରାକେଶ। ନିଶା ସେବନ କରିବାକୁ କହି ବୋଧଖଣ୍ଡି ଆମ୍ବତୋଟାକୁ ଡାକି ନେଇ ପୁର୍ବ ଯୋଜନା ଅନୁସାରେ ଆଶିଷକୁ ଶକ୍ତ ଆଘାତ ଦେଇଥିଲେ ରାଜା,ରାକେଶ ଓ ଦୁର୍ଯୋଧନ। ଏହାପରେ ଗାମୁଛାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ ୩ ଅଭୁଯୁକ୍ତ। ପରେ ମୃତ ଦେହକୁ ବିଲ ମଝିକୁ ଫିଙ୍ଗି ଦେଇ ଘଟଣା ସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତମାନେ। ଏହି ଘଟଣାର ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଆରମ୍ଭ କରିଥିଲା ଖୋଳତାଡ। ତେବେ ପୋଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ସିନ ରୀକ୍ରିଏସନ କରିବା ଜଣାପଡିଛି।

 

 

 

 

Get real time updates directly on you device, subscribe now.