fbpx
BSKY SKY
BSKY SKY

କୃଷି ବିଭାଗର ବଡ଼ ଯୋଜନା: ରାଜ୍ୟରେ ସ୍ଥାପନ ହେବ ଏକ ହଜାର କୋଲଡ୍ ରୁମ୍, ଉପକୃତ ହେବେ ଆଳୁ ଚାଷୀ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହିତ ସମାଜର ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ସାଧନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତେବେ ଏହା ମଧ୍ୟରେ କୃଷି କ୍ଷେତ୍ରର ଅଗ୍ରଗତି ନେଇ ରାଜ୍ୟ ସରକାର ଏକ ବଡ଼ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ରାଜ୍ୟରେ ୧ ହଜାରରୁ ଅଧିକ କୋଲଡ୍ ରୁମ୍ ସ୍ଥାପନ ହେବ । ପନିପରିବା ଓ ଫଳଚାଷର ପର୍ଯ୍ୟାପ୍ତ ସୁଯୋଗକୁ ସମ୍ପଦରେ ପରିଣତ କରିବାକୁ କୃଷି ବିଭାଗ ପ୍ରକ୍ରିୟ ଆରମ୍ଭ କରିଦେଇଛି । ପନିପରିବା ଚାଷ ଦ୍ୱାରା କିପରି ଚାଷୀଙ୍କର ଆୟ ବୃଦ୍ଧି ହେବ ସେନେଇ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି । ୧୦-୧୫ ଟନ କ୍ଷମତା ବିଶିଷ୍ଟ ଏକ ହଜାରରରୁ ଅଧିକ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥିସହିତ ଚାଷକୁ ବ୍ୟାପକ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

୨୦୨୩-୨୪ ବର୍ଷରେ ରାଜ୍ୟରେ ଖରିଫ୍ ଆଳୁଚାଷ କରାଯିବା ସହିତ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଚାଷୀଙ୍କୁ ଅଧିକ ଉତ୍ପାଦନକ୍ଷମ ଆଳୁ ବିହନ ଯୋଗାଇବା ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି । ଏନେଇ କୃଷି ଭବନଠାରେ ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି ।

Get real time updates directly on you device, subscribe now.